ତୁ କଳୀ ମୁଁ ଅଳି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ହୃଦୟ ସରସୀ ସଜ ସରସୀଜ
ତୋରେ ସମର୍ପଣ କରି
କେମିତି ଭୁଲିବି ମମତା ମୟୀ ତୁ
ମୋ ଜୀବନ ନଈ ର ତରୀ      ।।

ଯେତେଦୂରେ ତୁମେ ଥିଲେ ପଛେ ଥାଅ
ନିତି ସପନରେ ଆସ
ଆଖି ଛଳଛଳ ସପନ ଭାଙ୍ଗିଲେ
ଘନଘଟା ଘୋର ତ୍ରାସ       ।।

ସଂପର୍କର ସେତୁ ଅଭିନ୍ନ ଭିନ୍ନ
କେବେବି ତୁଟଇ ନାହିଁ
ଦୂରତା କୃରତା ଭରଇ ଜୀବନେ
ଖାଲି ଅବସାଦ ଦେଇ    ।।

ସାଗର ବେଳାର ବାଲିଘର ପ୍ରେମ
ବନ୍ଧନ ନୁହେଁ ରେ ସହୀ
ମନ ଗହନର ପ୍ରାନ୍ତର ସଉଧେ
ଥିବ ସ୍ଵର୍ଣ୍ଣାକ୍ଷରେ ଲିହି   ।।

ମଧୁ ସଉରଭ ହୃଦୟ କୁସୁମ
ତୋ କରେ ଦେଇଛି ଭରି
ଭୁଲିନି କି ଭୁଲି ପାରିବି ନାହିଁ ଲୋ
ତୁଉ କଳୀ ମୁଁ ଅଳି   ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)