ପରାସ୍ତ - ଆଲୋକ କୁମାର ପଣ୍ଡିତ

0

ହେ ରାମ ହେ ନାଥ......
ପାରିଥାନ୍ତ କି ମୋତେ କରି ପରାସ୍ତ
ବଳବୀର୍ଯ୍ୟ ତୁମ ଠାରୁ ଶତତ ପ୍ରଖର
କି ପାରନ୍ତ କରି ବିନାଶ, ନିୟନ୍ତା କି ଯମ
ତୁମ ଠାରୁ ଶ୍ରେଷ୍ଠ ଅଟେ ଜାତିରେ ମୁଁ ବ୍ରାହ୍ମଣ
ପାରିଥାନ୍ତ କି ମୋତେ କରି ବଧ....... ॥

ପଣ୍ଡିତ ପାଣ୍ଡିତ୍ୟରେ ଯେ ମୁଁ ଅଟଇ ପ୍ରବୀଣ
ହେ ରାମ ନାରାୟଣ ତୁମେ ହେବକି ସମ
ତୁମ ଶ୍ରୀ ପ୍ରାସାଦେ ହୋଇଥିବ ସ୍ବର୍ଣ୍ଣ ଖଞ୍ଜା
ସମଗ୍ର ଶ୍ରୀ ରାଜ୍ୟ ମୋର ସ୍ବର୍ଣ୍ଣ ହୋଇଛି ଖଞ୍ଜା
ବୟସରେ ତୁମ ଠାରୁ ଅତ୍ୟନ୍ତ ମୁଁ ବଡ
କୁଟୁମ୍ବେ କୁଟୁମ୍ୱ ତୁମ ଠାରୁ ଉଚ
ବହୁଧା ତୁମଠାରୁ ମୋ ସମ୍ପତି ନାହିଁ ଆକଳନ
ରାଜ୍ୟ ରଜା ନୁହଁ ତୁମେ, ମୁଁ ଲଙ୍କା ଅଧିପତି ରାବଣ..... ॥

ହେ ରାମ ହେ ନାଥ........
ଜାଣିଛକି କେମିତି ଆସିଲା କାଳ
ସର୍ବାଗ୍ରେ ତୁମଠାରୁ ଶ୍ରେଷ୍ଠ, କେମିତି କରିଲା ପରାସ୍ତ
ଘର ଢେଙ୍କି ଆଜି ମୋର ହୋଇଛି କୁମ୍ଭୀର
ଭାତୃ ଦ୍ରୋହେ ନିର୍ବାସିତ ହୋଇଛି ବିଭୀଷଣ
ଭାଇକୁ ଭାଇ ଏଠି ହୋଇଲା ବଇରୀ
ଦୋଷ ଦୁର୍ବଳତା ଦେଲା ତୁମଠାରେ ବଖାଣି
ତୁମ ପଛେ ଥିଲେ ଯୋଦ୍ଧା ଅନୁଜ ଲକ୍ଷ୍ମଣ
ମୋ ପଛେ ନାହିଁ ଯୋଦ୍ଧା କେହି ଅନୁଜ ଭାଇ
ଭାଇ ସଂଗେ ଭାଇ ଥିଲେ କେ କରିବ ପରାସ୍ତ
ଆଗକୁ ମାଡି ଚାଲିବ ବିଜୟ ସୁନିଶ୍ଚିତ............. ॥

ହେ ରାମ ହେ ନାଥ...........
ନେଉଛି ମୁଁ ଶେଷ ନିଶ୍ୱାସ
ଅବଗତ କରାଅ ସଂସାରେ ଭାଇ ଭାଇର ମାନ.. ॥

Alok Kumar Pandit
At/po-Ghosar, Ps-Kishorenagar
Dist-Angul, Pin-759126

Post a Comment

0Comments
Post a Comment (0)