
ମିଛମାୟା ଏ ସଂସାର
କେହି ନୁହେଁକାହାର।
ସଭିଏଁ ନିଜର ଆଜି
କାଲି ହେବେ ପର।।
ପୁଷ୍ପ ପ୍ରଷ୍ପୁଟିଟ ବୃକ୍ଷେ
ନ ହୁଏ ବୃକ୍ଷର।
ଗଗନରେ ଘନ ଘୋଟେ
ନୁହେଁ ଗଗନରେ।।
ଜନ୍ମଦିଏ ମା ଶିଶୁ
ନୁହେଁ ସେ ମାଆର।
ଶିକ୍ଷାଦ୍ୟନ୍ତି ଗୁରୁ ଶିଶୁ
ନ ମଣେ ଈଶ୍ବର।।
ଏ ମିଛ ସଂସାରେ କେହି
ନୁହନ୍ତି କାହାର।
କାର୍ଯ୍ୟ ସରିଗଲେ ସର୍ବେ
ହୋଇଯାନ୍ତି ପର।।
ପୁଷ୍ପେ ମଧୁ ଥିବା ଯାଏଁ
ଭଅଁର ଆଦର।
ମଧୁ ସରିଯାଏ ଯେବେ
କରେ ଅନାଦର।।
କାର୍ଯ୍ୟ ଥିବାଯାଏଁ ଏଠି
ସଭିଏଁ ନିଜର।
କାର୍ଯ୍ୟ ସରିଗଲେ ଏଠି
ସର୍ବେ ହୋନ୍ତି ପର।।
ତୋର ମୋର ଭାବ ଛାଡ
ସର୍ବେ ଏଠି ପର।
ନିଜକୁ ନିଜର କରି
ରଥ ଚାଳ ତୋର।।
ଜୟସେନ ପ୍ରଧାନ
ମାଳତେନ୍ତୁଳିଆ, ପୋଲସରା, ଗଞ୍ଜାମ