
ମୃତ୍ୟୁ ମରିବାର ପର୍ଯ୍ୟାୟବାଚୀ
ହେଲେ ମଧ୍ୟ,
ମୃତ୍ୟୁ ବଂଚିଛି ସବୁବେଳେ
ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ
ମୃତ୍ୟୁ ରହିଛି ସାଥିରେ ।
ଜୀବନ ମରୁଛି -
ଦିନ ପରେ ଦିନ,
ଜୀବନ କେବେହେଲେ
ବଂଚିବାର ପର୍ଯ୍ୟାୟବାଚୀ
ହୋଇ ନ ପାରେ ।
ଶତାବ୍ଦୀ ଧରି ଚାଲି ଆସିଛି
ଝଡ଼ ବିବାଦ ର
ଭାଷା, ପ୍ରାନ୍ତ, ଗୋଷ୍ଠୀ
ଆଉ ଧର୍ମ ର
ବିବାଦ ଘନୀଭୂତ ହୋଇ
ପ୍ରକାଶିତ ହେଉଛି -
ଆକ୍ରୋଶ ମଧ୍ୟେ ।
ଜୀବନ ମରୁଛି
ଦିନ ପରେ ଦିନ ...
କିନ୍ତୁ ମଲା ପରେ
ଦରକାର କ'ଣ ?
କେତେ ଧନ,
କେତେ ଦାନ,
କେତେ ଧର୍ମ,
କେତେ ପୁଣ୍ୟ !
ହାଏ !
ଏ କଥାକି ଜୀବନ୍ତ ମଣିଷ
ବୁଝି କେବେ ପାରେ ?
ମୃତ୍ୟୁ କୁ ସାଙ୍ଗରେ ଧରି
ଜୀବନର ଅବମାନନା କରେ ।
ମୃତ୍ୟୁ ସତ୍ୟ,
ଜୀବନ ମିଥ୍ୟା,
ମୃତ୍ୟୁ ଖେଳେ
ଜୀବନ ସହିତ,
ସେ ଖେଳରେ ଯେ
ବିଜୟୀ ହୁଏ
ସେ ହୁଏ ମୃତ୍ୟୁଞ୍ଜୟୀ ।
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨