ଚନ୍ଦ୍ରାହତ - ସଞ୍ଜୟ କୁମାର ମହାନ୍ତି

0

ଉଆଁସି ଚାନ୍ଦକୁ ଚତୁର୍ଦ୍ଦଶୀ ଚିଠି
          ସପନ ଅଧୁରା ପାହିଲା ରାତି
ଚାନ୍ଦିନୀ ପ୍ରେମରେ ଚନ୍ଦ୍ରମଲ୍ଲିକା
         ଚନ୍ଦ୍ରାହତ ପୁଣି ଅପରାଜିତା
ନିଃସଙ୍ଗ ରାତିକୁ ଚାନ୍ଦ ପିରତି
          ଚାନ୍ଦ ଛୁପିଗଲା ପାହିଲା ରାତି
ନିୟତି ଲିଖନ ଅବା ଦୁର୍ବାଶାପ
           ଚକୋର ଚକୋରି ବିଚ୍ଛେଦ ଗୀତ
ଅଧା ଅଧା ହସ ଅଧା ପୀରତି
           ଅଧା ଜହ୍ନର ବି ମହକ ଅଛି
ପାହାଁତି ରାତିର ପାଉଁଜୀ ସ୍ଵର
            ଅଳସୀ ନଈରୁ ବହେ ଫଗୁଣ
ଅଭିସାରିକା ମୋ ବାଟେ ଫେରୁଥିବ
             ହାତେ ଧରିଥିବ ଶେଫାଳିହାର

ସଞ୍ଜୟ କୁମାର ମହାନ୍ତି
ନ'ମୌଜା, ଆଳି, କେନ୍ଦ୍ରାପଡା
ଫୋନ୍- ୮୧୧୭୮୮୮୫୫୧

Post a Comment

0Comments
Post a Comment (0)