ମାଗିବା ସୁଖ ସୌଭାଗ୍ୟ - ସନ୍ତୋଷ ପଟ୍ଟନାୟକ

0

ଅମା ଅନ୍ଧକାରେ ଭରା ଏ'ଜୀବନ
      ଝରା ଶେଫାଳିର ମନ
ଅଜାଣତେ ଅବା ହୁଏ  କେତେ ପାପ
    ଦିଗହରା ଏ'ଜୀବନ......

ବିଷାଦର ଛାୟା ଘାରେ ମୋହମାୟା
     ଜ୍ଞାନଭବେ ଭ୍ରମ ମତି
   ଆଶାର ଅସରା କରମେ ଅଧୁରା
        ହୃଦୟଟା ହୁଏ ଧନ୍ଦି......

ହସିକି ସରବେ  ପାଳିବା ମରତେ
     ଆଲୋକର ଦିପାଵଳୀ
 ସଭିଏଁ ଜାଳିବା ପ୍ରୀତିର ପ୍ରଦୀପ
       ସ୍ମୃତିର ଘୃତ୍ୟକୁ ଢାଳି.....

ପରମ୍ପରା ପ୍ରଥା ସଂସ୍କୃତିର ଧାରା
   ବିଦାୟୀ ପିତୃଜ ଗଣ
ଆଶ୍ବିନେ ଆସିକି ଦିପାବଳୀ ଦିନେ
    କରିବେ ସ୍ବର୍ଗାବତରଣ

ଆତସ ବାଜିର ନାହିଁ ପ୍ରୟୋଜନ
    ଭକ୍ତିରେ ଦେବା ବିଦାୟ
ଆଲୋକ ଜାଳିବା ମଙ୍ଗଳ ମନାସୀ
    ମାଗିବା ସୁଖ ସୌଭାଗ୍ଯ....

ସ୍ମୃତିର ପ୍ରତୀକ ଆମ ପିତୃଗଣ
     ଶୁଭ ଅବସର ଆଜି
କୋଟି ଆଶୀର୍ବାଦ ଭିକ୍ଷିବା ସରବେ
    ପିତୃଜଙ୍କ ପଦ ପୂଜି.....

ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ 

Post a Comment

0Comments
Post a Comment (0)