ମାଆ ମହାକାଳୀ - ଘନଶ୍ୟାମ ସାହୁ

0

ଲହ ଲହ ଜିହ୍ୱା ମାଆ ମହାକାଳୀ
ସଙ୍କଟନାଶିନୀ ତୁ କରାଳୀ
ଘୋର ବିପତ୍ତିରେ ତୋହର ଉତ୍ପତ୍ତି
ତ୍ରାହି କର ମାଗୋ କରୁ ଅଳି ।।୦।
ପାଇ ବ୍ରହ୍ମା ବର ମହିଷା ଅସୁର
ଚଣ୍ଡ ମୁଣ୍ଡ ସଙ୍ଗେ ରକ୍ତ ବୀର୍ଯ୍ୟ
ତାହା ସହ  ଦୈତ୍ୟ  ଶୁମ୍ଭ ନିଶୁମ୍ଭ
ଅତ୍ୟାଚାରେ ଧରଣୀ  ଅଧର୍ଯ୍ୟ
ତ୍ରାହି ମାମ୍ ଡ଼ାକ ଶୁଣି ଲୋ ଜନନୀ
ବିନାଶିଲୁ ଯେତେ ମହା ବଳି ।।୧।
ଦେଖି ତୋର ରୂପ ବିକଟ ସ୍ୱରୂପ
ସରବେ ହୋଇଲେ  ଭୟଭୀତ
ଦେବଗଣେ ଯାଇ ପଶିଲେ ଶରଣ
ହୁଅ ମାଆ ତୁମେ ଏବେ ଶାନ୍ତ
ହୋଇଲା ନିଷ୍ଫଳ ରଖ ମହାକାଳ
ସ୍ତୁତି କଲେ ସର୍ବଦେବ ମିଳି।।୨।
ଆଶ୍ୱାସନା ଦେଲେ ବାହାର ହୋଇଲେ
ରକ୍ତମୁଖା  ତୋର ଆଗେ ଯାଇ
ଭୂମିରେ ଶୟନ କରି ଅନାଇଲେ
ନାଚିନାଚି ଆସ ମହାମାୟୀ
ପାଦ ପଡ଼ି ଗଲା ଦୃଷ୍ଟିରେ ପଡ଼ିଲା
ଶାନ୍ତ ହେଲ ଦେବୀ ଜିହ୍ୱା କାଢି ।।୩।
ଦୁର୍ନୀତି ଅନୀତି ଭ୍ରଷ୍ଟାଚାର ଆଦି
ଆସୁରିକ ବଳ ଅପ୍ରମିତ
ଏ ସୁନ୍ଦର ଧରା ହୋଇ କବଳିତ
ହୋଇଅଛି ଦେଖ କି ଅଶାନ୍ତ
ନାଶିବାକୁ ଦୁଷ୍ଟ ରାକ୍ଷସ ପ୍ରବୃତ୍ତି
ଆସ ମାଆ ଆସ  ଅବତରି ।।୩।

ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ-ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ
ମୋବାଇଲ ନମ୍ବର-୯୪୩୭୬୬୪୫୩୭
ପିନ୍ କୋଡ-୭୫୯୧୨୭

Post a Comment

0Comments
Post a Comment (0)