
ରାସ ପୁନେଇଁ ରେ ଲକ୍ଷ୍ମୀ ନାରାୟଣ
ସୁବର୍ଣ୍ଣ ର ବେଶ ହୋଇ
କନକ ବେଦୀ ରେ ବିରାଜିତ ଦେଖ
ପାପ ମନ ଠିକ ହୋଇ ।।
ଆଜିର ଏ ପୂତ ମଧୂମୟ ଦିନ
ଜାତୀୟ କିରତୀ ଘୋଷେ
କଳିଙ୍ଗୁ ଓଡ଼ିଆ ସାଧବ ପୁଅର
କେତନ ଉଡଇ ବିଶ୍ଵେ ।।
ଆଜି କିମ୍ବଦନ୍ତୀ କାଲିର ସତ୍ୟକୁ
ଆକ୍ଷେପ ଆଳାପ କରେ
ଓଡ଼ିଆ ଗରବ ଗରିମା ସକଳ
ଲୁପ୍ତ, ହୀନ ଚକ୍ରାନ୍ତ ରେ ।।
ସୁବର୍ଣ୍ଣ ଥାଳିରେ ରତନ ଦୀପରେ
ସାଧବାଣୀ ସୁନାବୋହୁ
ଆଜି ମାଟିଦୀପ ରମ୍ଭାତରୁ ଭେଳା
ଗରବର କଥାକହୁ ।।
ଲୁପ୍ତ ସୁପ୍ତ ଆଜି ଅଦ୍ଭୁତ ଅତୀତ
ତଥାପି ଆମ ଗୈାରବ
କେତନ ଉଡୁଛି ଆସ ଆସ ବନ୍ଧୁ
ବଢ଼ାଇବା ଦେଶ ବିଭବ ।।
ଆଜି ପୂଣ୍ୟ ରାସ ରାହାସ ପୁନିଅଁ
ଜାତୀ ଇତିହାସ ତିଥି
ନେବାରେ ଶପଥ ଲକ୍ଷ୍ମୀ ନାରାୟଣ
ହେବେ ରେ ଆମ ସାରଥି ।।
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳାଯୋଡି, ଖୋର୍ଦ୍ଧା
