
ଏ ଜନମ ମୃତ୍ୟୁ ଅଟେ ଧ୍ରୁବ ସତ୍ୟ
କା' ପାଶେ କାହିଁକି ଡରିବା ।
ଆସ ଜୀବନ ଦୁଆର ବନ୍ଧରେ ବସି
ଜୀବନ ଗୀତିକା ଗାଇବା ॥
ପୂଣ୍ୟ ପବିତ୍ର ଏ ଜୀବନ ପୁଣି
କ୍ଷଣସ୍ଥାୟୀ ଭାବେ ଜଣା ।
ବାଟରେ ନ ଯାଇ ଅବାଟେ ଯାଆନ୍ତି
ସର୍ବେ ହ୍ୟୋନ୍ତି ବାଟ ବଣା ॥
ସର୍ବେ ଆମ୍ଭେ ଜନ ଅମୃତ ସନ୍ତାନ
ଅମୃତର ଚିରଧାରା ।
ଅମୃତର ବର୍ଷା କରିବା ବର୍ଷଣ
ସେ ପାଇଁ ଜନମ ପରା ॥
ସବୁ ମିଶାମିଶି ହୋଇଛି ଏକାଠି
ଗଢା ହୋଇଛି ଏ ସୃଷ୍ଟି ।
କାହିଁକି କେଜାଣି ବୁଝି ନ ପାରିଣ
ଭିନ୍ନ ହୁଏ ଆମ ଦୃଷ୍ଟି ॥
ରାଗ ଅଭିମାନ ତେଜିଣ ସକଳ
ନିଷ୍କାମ ସେବାକୁ ଅର୍ଜିବା ।
ସାତସୁରେ ବନ୍ଧା ଜୀବନ ଗୀତିକା
ସୁଖେଦୁଃଖେ ସଦା ଗାଇବା ॥
ଶ୍ରୀଯୁକ୍ତ ଚିଦାନନ୍ଦ ଦେହୁରୀ, ସଂସ୍କୃତ ଶିକ୍ଷକ
ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ, ଠାକୁରଗଡ଼, ଆଠମଲ୍ଲିକ, ଅନୁଗୋଳ
