
ପରିବେଶ ଚକ୍ର ହୋଇଛି ବିମୁଖ
ହୃଦୟ ହେଲାଣି ଧନ୍ଦି
ବୈଶାଖୀ ହାଇରେ ମଳୟ ହଜିଛି
ବସନ୍ତେ ବହୁଚି ଝାଞ୍ଜି….
ଉଜୁଡା ଜଙ୍ଗଲ ସଜାଡି ପାରିଲେ
ସୁଧୁରିବ ପରିବେଶ
ବୃକ୍ଷଟା ଜୀବନ ଦିଏ ଅମ୍ଳଜାନ
ଜୀବନେ ଭରଇ ହସ….
ବେଳୁ ସାବଧାନ ହୁଅ ସର୍ବଜନ
ଯତନେ ଲଗାଅ ବୃକ୍ଷ
ଫୁଲ,ଫଳ ଭରି ବୃକ୍ଷ ଦେଲେ ଛାଇ
ଦୁର୍ଲ୍ଲଭ ଜୀବନ ଭୋଗ୍ୟ….
ନହୁଅ କାରଣ ଜାଗ ଜନଗଣ
କରହେ ବୃକ୍ଷରୋପଣ
ପ୍ରକୃତି ହସିବ ଧରା ଝଲସିବ
ଖୁସି ହୋଇବ ଛଗୁଣ…..
ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ
