
ଶୁଣ ଶ୍ରେଷ୍ଠ ଜୀବ. ସାମାଜ ମାନବ
ମୋ କଥା ଧ୍ୟାନରେ ଶୁଣ
ତୁମ ଉପକାରୀ. ବନ୍ଧୁ ମୁଁ ଅଟଇ
ପରଖୁଛି ମୋର ଗୁଣ
ମୋର ସ୍ଥିତି ବିନା. ସ୍ରୁଷ୍ଟି କି ରହିବ
ବଞ୍ଚି ନ ପାରିବେ ପ୍ରାଣୀ
ମୋତେ ଯତ୍ନ କଲେ. ସୁଫଳ ମିଳିବ
ଏ କଥା କୁ ଥାଅ ଜାଣି
ଘର ଚାରି ପାଖେ. ବାଡ଼ି ଅଗଣାରେ
ଥାପିଲି ବେଲ ତୁଳସୀ
ରୋଗ ଦୂରକରି ସୁଖ ଶାନ୍ତି ଆଣି
ଘରେ ଭରିଦିଏ ଖୁସି
ନିମ, ସଜନା ର. କି ଗୁଣ ଗାଇବି
ପରିବେଶ କରେ ଶୁଦ୍ଧ
ଗୁଆ, ନାରିକେଳ ଧାତୁରା ଡାଳିମ୍ବ
ଘର ଦୋଷ କରେ ରୋଧ
ପ୍ରବେଶ ପଥରେ ଶ୍ୱେତ ଅର୍କ ଥିଲେ
କାର୍ଯ୍ୟ ରେ ନ ଆଶେ ବାଧା
ଅଶୋକ ବୃକ୍ଷର. ସୁଗନ୍ଧିତ ବାୟୁ
ଶରିର ଆରୋଗ୍ୟ ସୁଦ୍ଧା
ତେଣୁ ପରଂବ୍ରହ୍ମ ଜଗତ ଠାକୁର
ହୋଇ ମୋ ଉପରେ ମୁଗ୍ଧ
ମୋ ଶରୀର ମଧ୍ୟେ. ନିବାସ କରିଲେ
ମୋ ଜୟା କରିଲେ ଶୁଦ୍ଧ
ମାନବ ଜାତିକୁ. ନିବେଦନ ମୋର
ବୃକ୍ଷକୁ କର ଯତନ
ଉଦ୍ଭିଦ ଜଗତ ସୁରକ୍ଷା କରିଲେ
ସଭିଏଁ ହୋଇବା ଧନ୍ୟ
କୁମୁଦ ଚନ୍ଦ୍ର ଦଳେଇ
