
ବେଙ୍ଗ କହୁଅଛି ବେଙ୍ଗୁଲିରାଣୀକୁ
ମିତ ବସିବୁକି ସାଥିରେ ?,
ଡେଟିଙ୍ଗ୍ ରେ ତତେ ସମୁଦ୍ରକୁ ନେବି
ରାଜିହେଇଯା ତୁ ସତରେ,,।।
ଛୋଟ ଚିଙ୍ଗୁଡିକୁ ଦଣ୍ଡିକିଲି ମାଛ
ମିସିକି ଖାଇବା ପାଟିରେ,
ଚେଙ୍ଗା,ରୋହି ସାଥେ ଟାଇମପାସ୍ କରି
କରିବା କେତେ ଖଟିରେ,,।।
ଡ଼ଲଫିନ୍ ଆଉ ତିମି ମାଛ ସାଥେ
ଖେଳିବାଯେ ଲୁଚକାଳୀରେ,
ପ୍ରତିମୁହୂର୍ତ୍ତରେ ଉପଭୋଗ କରି
ନାଚିବା ଲହଡ଼ି ସାଥିରେ,,।।
ତୁଯଦି କହିବୁ କଇଁଚ ପିଠିରେ
ମିସିକି ବୁଲିବା ଆମେରେ,
ସତ ମୁଁ କହୁଛି କେତେ ଭଲପାଏ
କହିପାରୁନାହିଁ ତତେରେ,,।।
ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ
