ତୃପ୍ତି - ରମାକାନ୍ତ ମିଶ୍ର

0


ଅସୀମ ତୃପ୍ତି ଲାଗେ ମତେ
ଭଗବାନଙ୍କ ର ମହିମାକୁ
ବିଚାର କରି ମୋ ଉପରେ
ଦେଇଛନ୍ତି ମତେ ପ୍ରଭୁ ସବୁ କିଛି
ଅନୁଶୋଚନା ତିଳେ ମୋର ନାହିଁ
ଭଗବାନଙ୍କୁ ଧନ୍ୟବାଦ ଦେଇ
ତାଙ୍କରି ମହିମା କୁ ଗାଇ ଗାଇ
କାଟି ଦେବୀ ଅବଶିଷ୍ଟ ଜୀବନ
ଜୀବନର ପ୍ରତିଛତ୍ରେ ପାଇଛି
ପ୍ରଭୁଙ୍କର ଅନୁକମ୍ପା ଅପାର
ସେ ସବୁ ହୃଦୟରେ ମୋର
ହୋଇଅଛି ଅଙ୍କା
କଣ ଥିଲି ମୁଁ ?
କଣ ଥିଲା ମୋର ଅସ୍ତିତ୍ବ ?
କେଉଁଠୁ ଆଣି କେଉଁଠି ତୁମେ
ରଖିଚ ପ୍ରଭୁ ମତେ
କେବଳ ତୁମ ଗୁଣ ଗାଇ ଗାଇ
ଜୀବନ ମୋ ଯାଉ ସରି ପ୍ରଭୁ
ଆଜି ଅଛି ଅର୍ଥ
ଆଜି ଅଛି ଘର
ନାହିଁ ଜୀବନକୁ ଆଉ ତିଳେ ଡର
ଅସୀମ ତୃପ୍ତି ଘେନି ତୁମ ସଂଗେ
ମିଶିବାକୁ ମନ ଡହଳ ବିକଳ  I

Rama Kanta Mishra,
VIM-268, Sailashreevihar,
Bhubaneswar-21

Post a Comment

0Comments
Post a Comment (0)