
କିଏତୁ ତିତଲି ହଵା ଚିହ୍ନାଚିହ୍ନି
ଉତ୍କଳର ସ୍ଥଳ ଭାଗେ,
ଜାଣିକି ଅଜଣା ହଉଚୁତୁ କିଆଁ
ପଙ୍ଗାନବୁ କାହା ସଙ୍ଗେ ॥
ସ୍ୱତନ୍ତ୍ରପ୍ରଦେଶ ଜଗନ୍ନାଥ ଦେଶ
ଏକଥା ରଖିଥା ମନେ,
ଉତ୍ପାତ ବିତ୍ପାତ ଚଳିବନି ତୋ'ର
ହଜିଯିବୁ ବ୍ରହ୍ମ ଵାଣେ ॥
ପ୍ରକୋପ ବିକୋପ ମନ୍ଦପଣ ତୋ'ର
କରିଦେ ତୁ ନିୟନ୍ତ୍ରଣ,
ତୋ'ର ବାପ ଅଜା ପରାଜିତେ ଗଣା
ତୁଉକି ରଖିବୁ ପଣ ॥
ଜଗତର ନାଥ ରକ୍ଷାର କବଚ
ଉତ୍କଳେ ମଉଡ ମଣି,
କେତେ ମହାବାତ୍ୟା ଦେଖି ମହାପିତା
ବିଚଳିତ ନୁହେଁ ଜାଣି ॥
ମହାଶୁନ୍ୟ ଗର୍ଭେ ଫିଙ୍ଗନ୍ତି ତ୍ଵରିତେ
ଉତ୍କଳକୁ ରକ୍ଷାକରି,
ଜଗତ ଈଶ୍ୱର ସବୁରି ପ୍ରିୟର
ବିପଦୁ କରନ୍ତି ପାରି ॥
କେତେ ହୁଡୁହୁଡୁ ପାଗ ଭିଡୁଭିଡୁ
ହୋଇଛନ୍ତି ହଡ ବଡ,
କେତେ ଫାଇଲିନ୍ ହାର ମାନିଛନ୍ତି
ନିଜକୁ ମଣିତ ବଡ ॥
ତୁକିସ କରିବୁ ହୋଇଯିବୁ କାବୁ
ତି ତ୍ ଲି ଟିକିଲି ନାଇ,
କଅଁଳ ଡେଣା ତୋ' ଭାସିବ ସ୍ରୋତରେ
କାନ୍ଦିବୁ ବିକଳ ହୋଇ ॥
ତୋ'ର ଆଗମନ ନଆଣୁ ଦୁଃର୍ଦିନ
ଏକଥା ଅନ୍ୟଥା ନୋହୁଁ,
ପାର୍ବଣ ପରବ ଆସୁଚି ସଅଳ
ମାଆର ଚରଣ ଛୁଁଉ ॥
ସୁନା ଧାନ କ୍ଷେତ ଉତ୍କଳର ମିତ
କରିବୁନି କିଛି କ୍ଷତି,
କୃଷକ ଭାଇର ଅମୂଲ୍ୟ ସମ୍ପଦ
ମନରେ ରଖିବୁ ଭିତି ॥
ତି ତ୍ ଲି ମୈଥିଳୀ ରାଜ ଜେମା ବାଳୀ
ଯୋଡିଦେଲୋ ଭାବପ୍ରିତୀ,
ଗଣ ମାଧ୍ୟମରେ ଅଛୁତୁ ଚର୍ଚ୍ଚାରେ
ସଭିଏଁ କରନ୍ତି ଭୀତି ॥
ତୁ'ଗଲାପରେ ଆସିବ ଡାଏନା
ହଜି ଯିବ ତୋ'ର ନାଁଆ,
ଯୁଗ ଯୁଗ ଧରି ଲାଗିଛି ଏମିତି
ତୁମରି ଯିବା ଆସିଆ ॥
ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ
