ଶରତ ଆସିଲେ - ଇଂ ସସ୍ମିତା ବେହେରା

0
ଶରତ ଆସିଲେ ବେଶି ମନେପଡେ
କାଶତଣ୍ଡୀ ପଠାଧାରେ
ସଂଜ ନଈକୂଳେ ଯାଉଥିଲି ବୁଲି
ସଙ୍ଗାତଙ୍କ ଗହଣରେ...

ଦେଖିବା ପାଇଁକି ଆସୁଥିଲ ଧାଇଁ
ଚିଠି ଓ ଗୋଲାପ ନେଇ
ଆଖି ଇସାରାରେ ଡ଼ାକିଦିଅ ମୋତେ
ଯାଉଥିଲି ପଛେ ରହି....

ସେଇ ନଈକୂଳ ଝାଉଁ ବୁଦା ମୂଳ
ଏବେ ବି ଅଛନ୍ତି ସାକ୍ଷୀ
ଏକ ହୋଇଥିଲା ଦୁଇମନ ଯହିଁ
ମିଶି ଥିଲା ଚାରି ଆଖି....

ପୀରତି ମୀନାର ଅଧା ଗଢ଼ା ହେଲା
ଗଲ ପରଦେଶୀ ହୋଇ
ଫେରିବା ବାଟକୁ ଅନେଇ ରହିଛି
ଆସିବ ସିନ୍ଦୂର ନେଇ....

ଇଂ ସସ୍ମିତା ବେହେରା
ସୋଲର, ଛତିଆ, ଯାଜପୁର

Post a Comment

0Comments
Post a Comment (0)