
ଅହିଂସା ପଥରେ ସଦା ଜୀବନରେ
ଚାଲୁଥିଲ ତୁମ୍ଭେ ବାପୁ,
ଦୂରକଲ ସତେ ଏ ଦେଶରେ ଯେତେ
ରହିଥିଲେ ଦୁଷ୍ଟ ରିପୁ,,।।
ଦେଶକୁ ସ୍ୱାଧୀନ ଦେଇ ମନ ପ୍ରାଣ
ତୁମ୍ଭେ ଦିନେ ଆଣିଥିଲ,
କଷଣକୁ ସହି ଏହି ଦେଶ ପାଇଁ
ନିଜକୁ ସମର୍ପିଥିଲ,,।।
ସମଗ୍ର ଭାରତ କରେ ପ୍ରଣିପାତ
ତୁମ୍ଭରି ଚରଣେ ଆଜି,
ପୁଣି ଫେରିଆସି ମହାନ ପୁରୁଷ
ସଂସ୍କୃତି ଯାଉଛି ହଜି,,।।
ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା,ଗଞ୍ଜାମ
