
ଗାନ୍ଧୀ ଶାସ୍ତ୍ରୀ କଥା ହେଲା ସିନା ଗ୍ରନ୍ଥ
ସ୍ବପ୍ନ ଅହିଂସା ଶାସନ
ନିଜ ଅଧିକାର ସାତ ସପନ
ଶାସକ ବିବେକ ହୀନ....
ତୁମ ସ୍ବାଧୀନତା ପୁରୁଣା ହୋଇଲା
ନୂଆଁ ହେଲା ସମ୍ବିଧାନ
ଚୋରାପ୍ରୀତି ପ୍ରେମ ନାରୀ ସ୍ବଭିମାନ
ଭାରତ କରମ ବାମ
ଆଗାମୀ ଭବିଷ୍ୟ ପରମ୍ପରା ହୀନ
ଜନ୍ମିବେ ଜାରଜ ଗଣ
ସଂସ୍କୃତି ବିହୀନ ଭାରତ ଭୂଖଣ୍ଡେ
ନଥିବ ଶ୍ରଦ୍ଧା ସୁମନ.....
ସନ୍ତୋଷ ପଟ୍ଟନାୟକ,
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ
