ଆଜି ବି ଶୁଭୁଛି ତୁମ ଦାମ୍ଭିକ ତୀରସ୍କାର
ନାଁ..ମୁଁ ଡଙ୍ଗା ନେବି ନାହିଁ....
ତୁମ ବଜ୍ର ତାଚ୍ଛଲ୍ୟ...
ବାଜିଆକୁ ଟଙ୍କା ଦେଖଉଛ ଟଙ୍କା
ବାଜିଆ ଟଙ୍କାର ଗୋଲାମ ନୁହଁ
ସୈତାନ୍ ଫିରିଙ୍ଗିର ଧମକର କଡା ଜବାବ
ବନ୍ଧୁକ ଦେଖାଉଛ ବନ୍ଧୁକ
ମାର ବାଜିଆ ଛାତିକୁ ଗୁଳି..
କି ନିର୍ଭୀକତା  !  କି ନଃସ୍ୱାର୍ଥପରତା  !
ଅଦ୍ଭୂତ ତମ ସ୍ୱାଭିମାନ ! ଆଶ୍ଚର୍ଯ୍ୟ ତମ ଦେଶପ୍ରେମ  !
ମାରିଦେଲା ସିନା  ବୈମାନ ଇଂରେଜ ଗୁଳି
ଟଳିପଡିଲ ମାଟି ମା'ର କୋଳରେ
ଶୋଇପଡିଲ ଚିରନିଦ୍ରାରେ
ଅଫେରା ରାଇଜକୁ ଯାଇ,
ଆଜିପରା ବ୍ରାହ୍ମଣୀ କାନ୍ଦୁଛି
ନୀଳକଣ୍ଠ ନଦୀପଟାଟା ଚକ୍ଷୁ ହରାଇ
 ଅଣ୍ଡାଳି ଅଣ୍ଡାଳି ଖୋଜୁଛି ତୁମ କାନ୍ଧ ଗାମୁଛା,
ପୋଛିବାକୁ ତା ଯାତ୍ରୀଙ୍କ ଆଖିର ଲୁହ
କେହି କେହି ବି ଡାକୁଛନ୍ତି..
ଫେରିଆ..ବାଜିଆ...ଫେରିଆ
ଆମ ଗାଁକୁ..
ପୁଣି ଇଂରେଜ ପୁରିଗଲେଣି ଯେ,
 କ'ଣ ଭୁଲିଗଲକି ଜାତିପ୍ରେମ ???
ନିଜ ଜୀବନକୁ ବାଜି ଲଗେଇ ବଜ୍ର ବାଜିଆ ଶହୀଦ୍ ହେଲା
ବାର ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ
ଦେଲା ପ୍ରେରଣା ଶିଶୁ ରାଇଜକୁ
ଭୁଲି ହେବନି ସେ ଶକ୍ତ ଚେତାବନୀ...
ମୋତେ ସିନା ମାରିଦେଲ
ହେଲେ ମୋ ମାଟିରେ ଜନ୍ମ ନେବେ
ଶହ ଶହ ବାଜିଆ
 ସ୍ତବ୍ଧ ହେଲା ବିଦେଶୀ ଫୌଜ
ଜର୍ଜରିତ ହେଲା ଭାରତୀୟ ରକ୍ତ
ହେଲେ ଆଜି ଶିଥିଳ କାହିଁକି ???
ସେ ବୀର ରକ୍ତ କ'ଣ ଦୂଷିତ ?
ଗୋଲାମି ହୀନମନ୍ୟତା ଦେଖି ଭାରତମାତା କାନ୍ଦୁଛି
କହୁଛି......
ଆ  ଆ ଫେରିଆରେ...ବାଜିଆ
ମନେ ପକାରେ ତୋ ଦେଶପ୍ରେମ॥

ନାରାୟଣ ସେନାପତି, ଶିକ୍ଷକ
ସରକାରୀ ଉ. ପ୍ରା. ବିଦ୍ୟାଳୟ,  ଡିମିରିଆ,
ତେଲକୋଇ, କେନ୍ଦୁଝର, ପିନ୍ -  ୭୫୮୦୧୯.