ନିଭୃତ ଭାବନା - ନିତ୍ୟାନନ୍ଦ ପାଣିଗ୍ରାହୀ

0

ନିଦ ସାଥେ ଯେବେ ସପନତା ଆସେ
ନିଃସଙ୍ଗ ଜାଣେନି କାହିଁକି ବା
କିଏ ଜଣେ ଆସେ
ସେ ଖିଲି ଖିଲି ହସେ
ଦେହକୁ ଜଗି ବସେ
ଆଖିକୁ ଅଧା ଖୋଲି ଚାହେଁ
ଆଉ ଚୁପି ଚୁପି କହେ
ଏ ଏ ଦେଖ
କଡ ଫେରେଇ ଦେଖ
ସତରେ ନିଦ
ନା ବାହାନା କରୁଛ
ନା ମୋତେ ପର କରୁଛ
ଆସିଥିଲି ଭାବିଥିଲି
ନିଝୁମ ରାତିରେ
ରୀମଝିମ ବର୍ଷାରେ
ନିଶା ଗରଜୁଥିବ ଅନ୍ଧାର ହେଇଥିବ
ପବନ ବହୁଥିବ ସାଇଁ ସାଇଁ
ଉନ୍ମୁକ୍ତ ବାତ୍ୟାୟନ ଦେଇ
ମଲ୍ଲି ଚମ୍ପକ ବାସନା ଆସୁଥିବ
ତୁହାଇ ତୁହାଇ
ଲଗାଲାଗି ବସିବା ଆଳାପ କରିବା
ବୁଲିଯିବା ପରି ରାଇଜକୁ
ଭୁଲିଯିବା ଆପଣାକୁ
କିନ୍ତୁ ଠିକ ବେଳରେ ସପନତା ଆସିଲେତ?

Post a Comment

0Comments
Post a Comment (0)