ଅଜୟ କୁମାର ସାହୁ, ଚାନ୍ଦପୁର, ନୟାଗଡ

ତୁମେ ପରା ପ୍ରଭୁ ଜଗତ ଠାକୁର
ଅଧମକୁ କାହିଁ କର ନାରଖାର ॥
ଜଣାଇଲ ସବୁ ସତ୍ୟ ଜୀବନର
ଦୂରେଇ ରଖି ହେ ତିଳ ତିଳ ମାର ॥
ଏତେ ଯେ ନିର୍ଦ୍ଦୟ ହୁଅ କାହିଁପାଇଁ
ଦୟାର ସାଗର ହେ ଜଗତ ସାଇଁ ॥
ଦୟାର ନଜର ଦେଲେ ହେ ପକାଇ
ଦୟା ସିନ୍ଧୁ ତୁମ ଶୁଖି ଯିବ ନାହିଁ ॥
ଅଭିନୟ କେତେ କରିବି ମୁଁ ଆଉ
ଶ୍ରୀଚରଣ ଧ୍ୟାଈ ଜୀବ ଚାଲିଯାଉ ॥
ଏତେ ଯେ ଯାତନା ସହି ନହୁଅଇ
କରୁଣାର ହାତ ଦିଅ ହେ ବଢାଇ ॥
ଏ ଜୀବନ ପ୍ରଭୁ ସାର୍ଥକ କି ହେବ
ସତେ ଦାସ ତୁମ୍ଭ ଦର୍ଶନ ଲଭିବ ॥