ଲିପା ଦଳାଈ, ଲାଇବ୍ରେରିଆନ 
ହାଇଟେକ ନର୍ସିଙ୍ଗ କଲେଜ, ଭୁବନେଶ୍ଵର

ନାହିଁ ମୋର ପାଶେ ଲେଖିକାର ଭାଷା
ନାହିଁ ଅବା ମୋ ଦକ୍ଷତା
ଦି ଧାଡିରେ ଲେଖା ସାରିବାକୁ ଚାହେଁ
ମଲ୍ଲୀର ଏ କୁହୁକତା ॥୧॥

ସୁରୁଯ କିରଣ ପଡିଲେ ସେ ହସେ
ସଞ୍ଜ ହେଲେ ଯାଏ ରୁଷି
ମହକରେ ଭରା ତା’ତନୁ ସ୍ୱରୂପ
କାଳିଆ ପାଖେ ସେ ଖୁସି ॥୨॥

ପ୍ରଜାପତି ଆଉ ଭ୍ରମର ମନରେ
ଆଙ୍କେସେ ଆଶା ଅନେକ
ବଢାଏ ସେ ଶୋଭା ଗ୍ରୀଷ୍ମ ବସନ୍ତର
ଅଟେସେ ମଲ୍ଲୀ ମହକ ॥୩॥