
ମଥାରେ ସିନ୍ଦୁର ପିନ୍ଧି ଶ୍ରୀମନ୍ଦିର
ପୁରା କଲି ମନୋରଥ
ଜନମ ଜନମ ତୁମେ ମୋ’ କରମ
ଏକା ପ୍ରଭୁ ଜଗନ୍ନାଥ ॥୦॥
ଶ୍ୟାମଳ ମୁରତି ଦେଖି ଯଶ କୀର୍ତି
ହୃଦୟ ବସିଲି ଦେଇ
ଭାବୁଛି ମନରେ ଥିଲି କି’ ଗୋପରେ
ଅବା ଥିବି ମୀରାବାଇ
ବୃନ୍ଦାବନେ ଗୋପୀନାଥ
ମଥାରେ ସିନ୍ଦୁର ପିନ୍ଧି ଶ୍ରୀମନ୍ଦିର,
ପୁରା କଲି ମନୋରଥ ॥୧॥
ମୁଁ ସିନା ଈତର ସହସ୍ର ଭିତର
ପ୍ରେମ କରୁଥିଲି ତୋତେ
ହେଲେ ନନ୍ଦସୁତ କୁହ ଆଜି ସତ
ଭୁଲିଲ କେମିତି ମୋତେ?
ପରଖ ଦେଖି ମୋ’ ହାତ
ମଥାରେ ସିନ୍ଦୁର ପିନ୍ଧି ଶ୍ରୀମନ୍ଦିର,
ପୁରା କଲି ମନୋରଥ ॥୨॥
ଲୋଡା ନାହିଁ ମୋର ଯଉବନ ଧନ
ଶ୍ରୀଅଙ୍ଗେ ବସନ୍ତି ଲାଗି
ତୁମ ଦରଶନ ହେଉ ନିତି ଦିନ
ସଂସାରେ ନହୁଏ ଭୋଗି
ଘେନା କର ପ୍ରଣିପାତ
ମଥାରେ ସିନ୍ଦୁର ପିନ୍ଧି ଶ୍ରୀମନ୍ଦିର,
ପୁରା କଲି ମନୋରଥ ॥୩॥
Er. Bidyadhar Panda,
L-17/15/ PS Nagar, Khandagiri, Bhuabaneswar-19
