
ଶାରଦୀ ଶରତେ ମାଆ ମୋର ହସେ
ପାର୍ବଣ ସମ୍ଭାରେ ମଜି ;
ପୂଜାମଣ୍ଡପରେ ଅର୍ଘ୍ୟବତୀ ଜଳେ
ଭକ୍ତ ଜନ ଆସେ ଖୋଜି !!
ରମ୍ୟ ରୂପକାନ୍ତି ମାଆର ସୁଖ୍ୟାତି
ଅଳଙ୍କାରେ ସୁଶୋଭିତ ;
ସଜ୍ଜିତ ତୋରଣ କିଣେ ଜନ ମନ
ଦର୍ଶନରେ ଜନ ସ୍ରୋତ !!
ଘଣ୍ଟ ହୁଳହୁଳି ପଡଇ ଉଚ୍ଛୁଳି
ଭକତିର ନିଦର୍ଶନ ;
ପୂଜା ମଣ୍ଡପରେ ଶଙ୍ଖ ଧ୍ୱନି ଶୁଭେ
ଶୁଭସନ୍ଧ୍ୟା ଆବାହନ !!
ମୁଖରୁ ନିସୃତ ବ୍ରାହ୍ମଣର ମନ୍ତ୍ର
ପବିତ୍ରତା ଭରି ଦିଏ ;
ମାଆ ଦଶଭୁଜା ପାଆନ୍ତିତ ପୂଜା
ମନପ୍ରାଣ ମୋହି ନିଏ !!
ନବାନ୍ନ ଗ୍ରହଣ ହରେ ଜନ ମନ
ଲକ୍ଷ୍ମୀରୂପେ ବିରାଜିତ ;
କରୁଣା ମୟୀର ଅକୁଣ୍ଠିତ ଦାନ
ହସଇ କୃଷକ କ୍ଷେତ !!
ମଙ୍ଗଳ ଆଳତୀ ଭକତି ପୀରତି
ମାଆର ସମୃଦ୍ଧି ମିତ ;
ମୃଦଙ୍ଗ କାହାଳୀ ବାଜେତ ମହୁରୀ
ପାଦ ପୂଜା ହୁଏ ନିତ୍ୟ !!
ପୁଷ୍ପେ ବିମଣ୍ଡିତ ମାଆର ମଣ୍ଡପ
ଆହାକି ଅପୂର୍ବ ଶୋଭା ;
ମାଆ ଦଶଭୁଜା ଯତନରେ ସଜା
ପଦ୍ମଜା ବୀଭଜା ରମ୍ଭା !!
ହେ'ମାଆ ଦୁର୍ଗା ହସିବ ସର୍ବଦା
ଭକତିରେ ଶାନ୍ତି ହୋଇ ;
ଜଗତର ସୁଖ ତଵ ହସ୍ତେ ନ୍ୟସ୍ତ
ପଣତ ଦେବ ଘୋଡ଼େଇ !!
ପ୍ରଣତୀ ବୀନତି କରୁଛି ମା'ଅଳି
ଶୁଭ ଦୃଷ୍ଟି ତଵ ଥାଉ ,
ସଂସାରୀ ମଣିଷ ତୁମରି ଭକତ
ସର୍ବ ପାପ ଧୋଇ ଯାଉ !!
ପାପ ବିନାଶିନୀ ହେ ସିଂହବାହିନୀ
ଶକ୍ତି ସ୍ଵରୂପିଣୀ ମାଅ।,
ଦେବ ଦେବାଲୋକ ତୁମ୍ଭ ପ୍ରତି ପ୍ରୀତ
ତ୍ରୀପୁରରେ ଖ୍ଯାତି ନାଁଆ !!
ମହିଂସାମର୍ଧୀନି ମା' ସିଂହବାହିନୀ
ଆଦି ମାତା ଶକ୍ତି ଦେବୀ ,
ଦିଅ ମାଅ। ଆଶିଷ ଶୁଭ ଆଶିର୍ବାଦ
ମନ ପ୍ରାଣେ ତଵ ଛବି !!
ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ
ମୋ - 9776184548
