
କଳ୍ପନା ରାଇଜ ଭାଷାକୁ ସଜାଡେ
କବିଙ୍କ ହାତେ କଲମ
ବିପ୍ଳବର ପାଇଁ ତୀକ୍ଷ୍ଣ ଅସ୍ତ୍ର ଟିଏ
ଦରଦୀ ହୃଦ ମଲମ....
ଶିକ୍ଷାର ପ୍ରସାର ଜ୍ଞାନର ପ୍ରଚାର
ସବୁରି ମୂଳେ କଲମ
ଏକତାର ମନ୍ତ୍ରେ ସମାଜକୁ ବାନ୍ଧି
ପାଏସେ କୋଟି ସଲାମ୍....
ବିଚାର ବିମର୍ଶେ ପ୍ରେମର ସନ୍ଦେଶେ
ଖୋଜାପଡେ ଏ କଲମ
ଜାଗ୍ରତ କରାଏ ଅଶିକ୍ଷା ଦୂରାଏ
ଅତୁଳନୀୟ ତା' ଦାନ....
ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ
