ଏହି କିରେ ସେହି ଜାତି
ଯାର ନାମ ଶୁଣି ଅରାତି ଅନ୍ତର
ଭୟେ ଥରି ଉଠୁ ଥିଲା ଛାତି
ଏହି କିରେ ସେହି ଜାତି
ବାର ବରଷର ବାଜି ରାଉତ
ଖାତିର କଲାନି ଗୋଳା ବାରୁଦ
ଜନ୍ମ ମଭୁମି ପାଇଁ ମରଣକୁ ଯିଏ
କରିଥିଲା ଖେଳସାଥି
ସେହି ଜାତି ଆଜି ସ୍ୱାର୍ଥନ୍ଧରେ ମାତି
ନିଜକୁ ଦିଏରେ ବିକି
ଏହି କିରେ ସେହି ଜାତି ।ଯା ବୋଇତ ଦିନେ ଦୂର ଦେଶେ ଯାଇ
ଅକଳନ୍ତି ଧନ ଆଣୁଥିଲା ବୋହି
ସେହି ଜାତି ଆଜି ଭାତ ମୁଠେ ପାଇଁ
ବୁଲୁଅଛି ହାତ ପାତି ।
ଯେ ଦେଶର ରାଜା ପ୍ରଜାର ମଙ୍ଗଳେ
ହିତ ସାଧୁଥିଲେ ନିଜ ବାହୁ ବଳେ
ସେହି ପ୍ରଜା କୂଳ ରାଜି ଲାଞ୍ଛିତ ଆଜି
ଦେଖି ମନେ ଜାଗେ ଭିତି
ଏହି କିରେ ଯେହି ଜାତି ।
ସତ୍ୟ -ଦୟା-କ୍ଷମା ଯେ ଜାତିର ନୀତି
ସେ ନୀତି ବଦଳି ହେଲା ନୋ-ଅ-ଟ ର ନୀତି
ନୋଅଟ ବଦଳେ ଭୋଅଟ ଦେଉଚେ
ଅବାଟ ବାଟ ରେ ନିଇତି ଚାଲୁଚେ
କେମିତି ସହୁଚି ଜନତାର ମତି
ଏହି କିରେ ସେହି ଜାତି ।
ଆଜି ଜାତି ଇତିହାସ କରେ ପରିହାସ
ଆମେ ବୁଝିଲୁନି ଆମେ ପୋଛିଲୁନି
ଗାନ୍ଧି ଙ୍କ ଆଖିର ଲୁହ ।
ମ୍ଳାନ ହୋଇଗଲା ପୂରୁବ କୀରତି
ବାଟ ଦେଖାଇଲା ମ-ଶାଲ ର ନୀତି
ଏହି ତିରେ ସେହି ଜାତି
ଉଠରେ ଉଠରେ ଏ ଜାତି ସନ୍ତାନ
କରି ଦୃଢ ପଣ ରଖ ଜାତି ମାନ
ଅନ୍ୟାୟ ଅନୀତି ବ୍ୟଭିଚାର ହଟୁ
ଗାନ୍ଧି ଙ୍କ ସ୍ୱପ୍ନ ର ରାମ ରାଜ୍ୟ ହସୁ
ଅମ୍ଳାନ ରହୁ ପୂରୁବ କୀରତି
ଏହି ପରା ଆମ ଜାତି ।।
କବିତା ପଟ୍ଟନାୟକ, ଖୋରଧା
0 Comments
You can write now your valuable comments here. Off-topic comments may be removed or deleted without prior notice.