କରମଳା ପୀଠେଶ୍ୱରୀ ମା ଦେବୀ ପଉର୍ଣ୍ଣମାସି
କୃପାମୟୀ କୃପାବରଷା ତୋର ଦେ ବରଷି ॥
କୋଟିକୋଟି ଭକ୍ତ ଦର୍ଶନେ ତୋର ପୀଠକୁ ଆସି
କରୁଥାନ୍ତି ସ୍ତୋତ୍ର,ଜଣାଣ ପୁଣ୍ୟ ଦେଉଳେ ବସି ॥

ଖରାପ ପୁତ୍ର କେ ହୋଇଲେ କେବେ ନୁହେଁ କୁମାତ
ଖଗ,ମୃଗ,କୀଟ,ପତଙ୍ଗ କୋଳେ ପାଳୁଛୁ ତୁତ॥
ଖଣ୍ଡା,ଖର୍ପର କରେ ଧରି କରୁ ସଂହାର ପୁଣି
ଖଳ,ଦୁର୍ଜନକୁ ବିନାଶି ରଖୁ ସ୍ୱର୍ଗ,ଧରଣୀ ॥

ଗଣନାଥଙ୍କର ଜନନୀ ଗତି ନାହିଁ ମୋହର
ଗରିବ ଭକତ ଡାକୁଛି ଅାସି ମନ୍ଦିରେ ତୋର ॥
ଗୁଡକୁ ଯେସନ ପୁମ୍ପୁଡି ମତେ ଦୁଃଖ ସେପରି
ଗିରିଜାଗୋ ନିତି ମରୁଛି ତୋର ନାମ ସୁମରି ॥

ଘୋରବିପତ୍ତିର କୁମ୍ଭୀର ଘଟ ନେଲାଣି ଝିଙ୍କି
ଘଟ ମାତୃଗର୍ଭୁ ଭବାନୀ ତତେ ଦେଇଛି ବିକି ॥
ଘଣ୍ଟ ଘୋଡେଇ ତୁ ରଖିଲେ ତୋର କାନିପଣତେ
ଘନ ଅନ୍ଧକାର ଘୁଞ୍ଚିବ ପିଣ୍ଡବ୍ରହ୍ମାଣ୍ଡ ମତେ ॥

ଉଚ୍ଚଆଶା ନାହିଁ ମୋମନେ ଶୁଣଲୋ କାତ୍ୟାୟନୀ
ଉଇଁ ଆସୁ ଜ୍ଞାନତପନ ଦିବ୍ୟଜ୍ୟୋତିକୁ ବୁଣି ॥
ଉଶ୍ୱାସ ହୋଇବ ଧରଣୀ ଦେଖି ସତ୍ୟ,ଶାନ୍ତିକି
ଉଦ୍ଧାର ପାଇବ ଜଗତ କରୁ ଡେରି କାହିଁକି ??

ଚଞ୍ଚଳା,ବିମଳା,ମଙ୍ଗଳା ତୁହି ସରବବ୍ୟାପି
ଚାରିଯୁଗେ ଧର୍ମ ସ୍ଥାପୁଛୁ ନାଶି ଅଧର୍ମ,ପାପୀ ॥
ଚଞ୍ଚଳ ମୋଚିତ୍ତପ୍ରକୃତି କରୁଛି ସମର୍ପଣ
ଚରଣେ ଶରଣ ମାଗୁଛି ଏ ଦୀନ ଅକିଞ୍ଚନ ॥
କ୍ରମଶଃ........

ଶରତ ଚନ୍ଦ୍ର ଜାଲି
ପଥରା, ଖଲିକୋଟ, ଗଂଜାମ