ଡାଳରେ ଲାଖିଥିବା ଛିଣ୍ଡାଗୁଡିପରି
ଆମ ଜୀବନ ଅଟକି ଯାଇଛି
ଅଧା ରାସ୍ତାରେ,
ଚାଲ..
ଆଉ ଗୋଟେ ନୂଆ ଗୁଡି ତିଆରିବା
ଗୁଡି ହୋଇଉଡ଼ିବା l
ଦେଖ, ଏବେ ଆକାଶୀ ଯାଉଚେ ଆମେ..
ଆମଠୁ କେତେ ପଛରେ
ପୁରୁଣା ସେ ପାପ,
ମେଞ୍ଚା ମେଞ୍ଚା ଛଳନା
କେତେ ମୁଖା ପିନ୍ଧା ପରିଚୟ l
ଜାଣିଛନା..
ମୁଁ ତ ଥିଲି ଗୋଟେ ସ୍ରୋତସ୍ଵିନୀ ନଇ
ନୀଳ ସମୁଦ୍ରର ପ୍ରତାରଣା ଏବେ ଆଉ ମନେନାହିଁ

Writer's Details: ରବୀନ୍ଦ୍ର କୁମାର ବିଶ୍ୱାଳ, ଭୁବନେଶ୍ୱର
Email: zealbiswal@gmail.com  ମୋବାଇଲ ନଂ: ୯୩୩୭୧୩୨୨୩୩
Content Category:
Submission Date: Jul 30, 2019