ଜୟ ମା ଦୁର୍ଗା - ପ୍ରଣତି ମହାପାତ୍ର

0

ଜଗତ ଜନନୀ ନାରୀ ରୂପେ ମାଆ
ସ୍ନେହମୟୀ ତୁ ଜନନୀ,
ସୃଷ୍ଟି କାରିଣୀ ତୁ ସଂହାରକାରିଣୀ
ଦୁଷ୍ଟ ଦାନବ ନାଶିନୀ।
ଆଦ୍ୟାଶକ୍ତି ଅନ୍ତରୂପା କ୍ଷମାମୟୀ
ଦେବୀ ତୁ ପାଳନ କାରିଣୀ ,
ଷଢ଼ରିପୁ ନାଶି ଶକ୍ତିମୟୀ ମା ତୁ
ପୁଣି ଶାନ୍ତି ପ୍ରଦାୟିନୀ।
ସତ୍ୟର ବିଜୟ ଧ୍ଵଜା ତୁ ଉଡାଉ
ଅସତ୍ୟକୁ କରି ନାଶ,
ଅନୀତି ଅନ୍ୟାୟ ଦୂରକୁ ଦୂରାଉ
ଜଗତକୁ ସତ୍ୟେ ବଶ।
ପାପ,ଅଧର୍ମର ଧ୍ଵଂସ କରୁଥାଉ
ରଚୁ ପୂଣ୍ୟ ର ବଂଶ,
ଅନ୍ଧାର ହଟେଇ ଆଲୋକ ଜାଳୁ
ଢାଳି ସର୍ବ ମୁଖେ ହସ।
ଶୁମ୍ଭ ନିଶୁମ୍ଭ ହାରିଣୀ ହର ଗୃହିଣୀ
ରମ୍ୟ କପର୍ଦ୍ଦିନୀ ହାସ୍ୟରତେ,
ମହିଷା ମର୍ଦ୍ଦିନୀ ଶୈଳ ନିରୋଧିନୀ
କୈତବ ଭଞ୍ଜିନୀ ରାଜସୁତେ।
ଜୟ ଜଗଦମ୍ଭା ଗିରିଜା ତନୟି
ଜୟ ଜୟ ଦୁର୍ଗେ ଭବାନୀ,
ରୁଦ୍ରାଣୀ,ତାରିଣୀ ମା ଜଗଦ୍ଧାତ୍ରୀ
ବିଶ୍ୱ କଲ୍ୟାଣୀ ନାରାୟଣୀ।
ଶିରୀ ଶୈଳପୁତ୍ରୀ, ସଂଯମୀ ବ୍ରହ୍ମଚାରିଣୀ,
ବୀରଶୌର୍ଯ୍ୟା ଚନ୍ଦ୍ରଘଣ୍ଟା,କୁଷ୍ମାଣ୍ଡା ଦୁଃଖ ହାରିଣୀ।
ସୁଖଶାନ୍ତି ସ୍କନ୍ଧମାତା ବରଦାୟୀ କାତ୍ୟାୟିନୀ,
ମୁକ୍ତିଦାତ୍ରୀ କାଳରାତ୍ରୀ,ମହାଗୌରୀ ବିପଦ ନାଶିନୀ।
ଶାନ୍ତି ଦାୟିନୀ ସିଦ୍ଧିଦାତ୍ରୀ,ଆଦ୍ୟାଶକ୍ତି ଯୋଗମାୟା,
ବିସ୍ତୀର୍ଣ୍ଣ ବଦନା ମଙ୍ଗଳ କାରିଣୀ
ସନ୍ତାନକୁ କର ଦୟା।
ଅସୁର ମହିଷ ଅତ୍ୟାଚାର,
ସହି ନ ପାରିଲେ ଦେବଗଣ।
ଶରଣ ଗଲେ ବ୍ରହ୍ମା ପାଶ,
ତ୍ରିଦେବ ତେଜ ସମ୍ମିଳିତ ।
କାତ୍ୟାୟନ ଋଷି ଯଜ୍ଞାନଳୁ,
ମାୟା ବୀଜ ତେଜ ଯେ ଅନଳୁ।
ସର୍ବେ ଏକସ୍ଵରେ ଆକୁଳିତ,
ଆବାହନେ ଦୁର୍ଗା ପ୍ରକଟିତ।
ସର୍ବ ଦେବାଦେବୀଙ୍କ ର ଆୟୁଧ,
ବାହନ ସ୍ଵରୁପ ଯେ ସିଂହରାଜ।
ସର୍ବ ଆୟୁଧେ ହୋଇ ବଳୀୟାନ,
ମହିଷା ସହ କରିଲେ ସମନ।
ଚୈତ୍ର ଅଷ୍ଟମୀ ନବମୀ ସନ୍ଧିକ୍ଷଣ,
ଶୂଳରେ ମହିଷ ହୃଦ ନିଧନ।
ଖଡ୍ଗ ରେ କରିଲେ ଶିର ଛେଦନ,
ମହିଷା ଅସୁର ହେଲା ନିଧନ।
ସେଦିନୁ ମହିଷା ମର୍ଦ୍ଦିନୀ ନାମେ,
ପୂଜା ହେଲେ ମା ଏ ଧରାଧାମେ ।

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର
ମୋବାଇଲ ନମ୍ବର - 8984965067

Post a Comment

0Comments
Post a Comment (0)