ଦାରୁଦିଅଁ - ମାନସ ରଞ୍ଜନ ପଟ୍ଟନାୟକ

0

ଦାରୁଦିଅଁ ରୂପେ ପୂଜାପାଉଅଛ
ନୀଳକନ୍ଦର ପର୍ବତେ,
ଦରିଆ କୂଳରେ ନିବାସ କରିଣ
ନିରେଖିଚାହୁଁଛ ଆସ୍ତେ।
ନାଲି ଟୁକୁଟୁକୁ ଓଠର ହସରେ
ମନକିଣିନେବ ସତେ।।

ଭକତ ପ୍ରେମରେ ପାଗଳ କାଳିଆ
ଦେଉଥିବ ବରଦାନ,
କାହିଁକି ମାଗିବି ମାଗିବାର ନାହିଁ
ଅଭିଶପ୍ତ ମୋ ଜନମ।
ଶହେବାର ଫେରିଅଛି ତୋ ଦୁଆରୁ
କାଳ ଡାକିଲାଣି ମୋତେ।
ଦାରୁଦିଅଁ ରୂପେ ପୂଜାପାଉଅଛ
ନୀଳକନ୍ଦର ପର୍ବତେ।।

ମାନସ ରଞ୍ଜନ ପଟ୍ଟନାୟକ 
ସାକ୍ଷିଗୋପାଳ, ପୁରୀ - ୭୫୨୦୧୪

Post a Comment

0Comments
Post a Comment (0)