
(କେତେ ଛନ୍ଦ ଜାଣେଲୋ ସଖୀ ବୃତ୍ତେ )ଛାନ୍ଦ )
ଆସ ସଖୀ ଆସଲୋ ଯିବା
ସେ କାଳିଆ କାହ୍ନୁ କୁ ଦେଖି ଆସିବା
ଆସ ସଖି ଆସଲୋ ଯିବା ।।ଘୋଷା ।।
ଯମୁନା କୂଳରେ କଦମ୍ବ ମୂଳରେ
ଦେଖିକରି ମନ କଥା କହିବା ।୧।
ତା ବଂଇଶୀ ସ୍ଵର ସୁଣିବା ସକଳେ
ଆତ୍ମା କୁ ଆମର ତୋଷ କରିବା ।୨।
ନଟିଆ ନାଗର ସେହି ଦଧି ଚୋର
ଫୁଲ ମାଳ ଦେଇ ତାଙ୍କୁ ବରିବା ।୩।
ପୁତନା କୁ ମାରି ଗୋରୁବଛା ହରି
କାହାଣୀ ତାଙ୍କର ଆମେ ଶୁଣିବା ।୪
ବଡ ଅଝଟିଆ ଘର ଭଙ୍ଗା କାହ୍ନୁ
ଭକତିରେ ଆମେ ତାଙ୍କୁ ବାନ୍ଧିବା ।୫।
ନନ୍ଦର ନନ୍ଦନ ଯଶୋଦାର ଧନ
ସ୍ଵାମୀ ରୂପେ ଆମେ ତାଙ୍କୁ ପାଇବା ।୬।
ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା
