ଡାକିବୁ କେବେ ବୋଉ -ମିଥୁନ ସାହୁ

0
ତୋ ବିନାରେ ଧନ ଏଇମୋ ଜୀବନ
ଲାଗୁଥିଲା ଖାଲି ଖାଲି,,
ତୁ ଯେବେ ଆସିଲୁ ଜୀବନରେ ମୋର
ସବୁ ଖୁସି ପାଇଗଲି,,।।

ତୋ ଟିକି ଓଠରେ କେବେ ମତେ ଥରେ
ବୋଉ ବୋଲିଣ ଡାକିବୁ,
ମିଠାମିଠା କଥା ମୋ କୋଳରେ ବସି
କେବେ କହ ତୁ କହିବୁ,,।।

ପଣତ କାନିରେ ସବୁବେଳେ ତତେ
ରଖିଥିବି ମୁଁ ଘୋଡେଇ,
ବିପଦକୁ କେବେ ତୋହରି ପାଖକୁ
ଆସିବାକୁ ଦେବିନାହିଁ,,।।

ଛାଇହୋଇ ତୋର ସବୁଦିନ ପାଇଁ
ରହିଥିବି ଯେ ପାଖରେ,
ଖୁସି ଛଡା କେବେ ଦୁଃଖକୁ ସତରେ
ଜାଣିବୁନି ଜୀବନରେ,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)