ଅତୀତ ରୁ ବର୍ତ୍ତମାନ
ସକାଳରୁ ସଞ୍ଜ
ଅନ୍ତୁଡିରୁ ଜୁଇ ନିଆଁ
ଜୀବନର ଅନ୍ତହୀନ ଖୋଜ ,
ଶୈଶବୁ କୌମାର ଜରା
ୠତୁ ଛୁଆଁ ବସନ୍ତରୁ
ଢୁ ଢୁ ଡାହାଣିଆ ଖରା ,
ବଞ୍ଚିବାର ଅଦମ୍ୟ ଲାଳସା…
ଜୀବନକୁ ଛୁଇଁବାର ଇଚ୍ଛା
ଜୀବନକୁ ବୁଝିବାର ଇଚ୍ଛା ,
ଆଖି ଛୁଆଁ ସାଉଁଳା ସ୍ୱପ୍ନରେ
କୋଇଲିର କୁହୁତାନେ
ଗୋପାଳର ବଂଶୀସ୍ୱନେ
ଗୋଧୂଳିର ରକ୍ତିମ ଆଭାରେ,
ଅବା କେଉଁ ମଲ୍ଲୀଫୁଟା କୁଆଁରୀ ସଞ୍ଜରେ
ଜୀବନକୁ ପାଇବାର ଇଚ୍ଛା
ଜୀବନକୁ ଜିଇଁ ବାର ଇଚ୍ଛା
ଅନ୍ତହୀନ ଅନ୍ୱେଷଣ ଖାଲି ଅନ୍ୱେଷଣ
ବୋଧହୁଏ !ଜୀବନର ଅନ୍ୟନାମ
ବଞ୍ଚିବାର ଖାଲି ମାତ୍ର ଏକ ବିଶ୍ଲେଷଣ ।
ତପନ ଦୀକ୍ଷିତ(ବେଳା ଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ଜୀବନ ଏକ ବିଶ୍ଲେଷଣ - ତପନ ଦୀକ୍ଷିତ (ବେଳା ଭୂମି)
September 24, 2018
0
