ଶ୍ରୀ ଗଣେଶ - ଅନାମ ଚରଣ ସାହୁ

0
ଆହେ ପ୍ରଭୁ ଗଜାନନ ଛନ୍ଦା ଚରଣେ ମୋ ମନ
ଦୀନ ଅକିଞ୍ଚନ ନର,ମାୟାରେ ବନ୍ଧା
ତୁମେ ପରା ଗଣ ଈଶ ବୁଦ୍ଧି ସିଦ୍ଧି ତୁମ ବଶ
ପଣ୍ଡିତ ହିତେ ତୁମରି ପୟର ଛନ୍ଦା
ସେହି ପାଦେ ବିନତି ମୋର
ବିଘିନ ବିନାଶ କରି ବିପଦ ହର।
ତୁମ ପରି ନିଷ୍ଠା ପାଳି ଜୀବନ ଦେବି ମୁଁ ବଳି
ପିତାମାତା ବେନି ଜନେ ଦେବତା ମାନି
ଗଣଙ୍କର ତୁମେ ପତି ସ୍ଥିର କରି ସଦା ମତି
ତନୁ ମନେ ନ ଚିନ୍ତିବି କାହାରି ହାନି
ହୋଇ ତୁମ ପାଦ କିଙ୍କର
ଅମୃତରେ ଭରି ରହୁ ବଚନ ମୋର।
କରତବ୍ଯେ ଦେଇ ଲୟ ମାନବ ପଣେ ଅଜୟ
ଦେଶ ଜାତି ସେବା କରି ଯାଉ ଜୀବନ
ଗୁରୁଜନ ଆଶୀର୍ବାଦ ସଦା ଚିନ୍ତି ଗୁରୁପାଦ
ବଢାଇବି ନିଜ ମାଆ ମାଟିର ମାନ
ପିତା ଯା'ର ଭୋଳା ଶଙ୍କର
ଭକତି ସୁମନେ ପୂଜେ ତାଙ୍କ ପୟର।


ଅନାମ ଚରଣ ସାହୁ
ବିଭୁତ୍ତିପୁର, କାକଟପୁର, ପୁରୀ

Post a Comment

0Comments
Post a Comment (0)