କରୁଛି ବନ୍ଦନା ପୂଜ୍ୟ ଗୁରୁବର
ଶ୍ରୀପଦରେ ଶିର ଥୋଇ,
ବ୍ରହ୍ମା ପୁଣି ବିଷ୍ଣୁ ତୁମେ ସତ୍ୟ ଶିବ
ସୁନ୍ଦର ମୂରତି ହୋଇ।
ଅଜ୍ଞାନ ଅନ୍ଧାର ଦୂରିଭୂତ ହୁଏ
ତୁମ କୁହୁକ ପରଶେ,
ସକଳ ଘଟର ଜ୍ଞାନ ଦାତା ତୁମେ
ପୂଜ୍ୟ ଏ ଜଗତ ପାଶେ।
ନିସ୍ଵାର୍ଥେ ନିତି ବାଣ୍ଟି ଚାଲିଥାଅ
ଜ୍ଞାନ ଅମୃତ ଭଣ୍ଡାର,
ତୁମ ପଥ ଅନୁସରି ଶିଷ୍ୟ ହୁଏ
ଜଗତେ ପ୍ରତିଭାଧର।
ଖାଲି ବିଦ୍ୟାଦାତା ନୁହଁ ତୁମେ ପୂଜ୍ୟ
ଜ୍ଞାନଦାତା ମୁକ୍ତିଦାତା,
ସକଳ ବିପଦୁ ଉଦ୍ଧାର କରି
ଦେଖାଅ ଆଲୋକ ରାସ୍ତା।
ଚଳନ୍ତି ଇଶ୍ୱର ସବୁ ଯୁଗର ଏକଥା
ରହିଥିଲା ରହିଥିବ,
ଜ୍ଞାନର ପୁରୁଷ ହେ ମହେଶ୍ୱର
ତବଦାନ ମହୀ ଗାଉଥିବ।
ସାଧାସିଧା ରୂପେ ବିଶାଳ ଗଗନେ
ସୂର୍ଯ୍ୟ ସମ ଜ୍ୟୋତି ଢାଳି,
ପର କେ ଆପଣା,ଶତୃ ଅବା ମିତ୍ର
ଜ୍ଞାନାମୃତେ ଦିଅ ଅଜ୍ଞାନ ଜାଳି।
କରୁଅଛି କୋଟି କୋଟି ପ୍ରଣାମ
ଘେନ ଆହେ ଗୁରୁବର,
ଆଶୀଷ ବାରିରେ ଉଦ୍ ଭାସିତହେଉ
ମୋ ଜୀବନ ପାରାବାର।
ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର
ଶ୍ରୀପଦରେ ଶିର ଥୋଇ - ପ୍ରଣତୀ ମହାପାତ୍ର
September 05, 2018
0
