ଦିଅ ଆଶୀର୍ବାଦ - ଜିତେନ୍ଦ୍ର ସାହୁ

0
ମୋ ପ୍ରଥମ ଗୁରୁ ପ୍ରିୟ ସବୁଠାରୁ
ପୂଜନୀୟ ପିତା ମାତା,
ପୂଜୁଛି ଚରଣ ଘେନ ମୋ ପ୍ରଣାମ
ହେ ମୋର ଜନମ ଦାତା,,।।
ମୋ ଦ୍ବୀତିୟ ଗୁରୁ ଯାହାଙ୍କ ପାଖରୁ
ଅର୍ଜିଛି ମୁଁ ବିଦ୍ୟା ଧନ,
ବିଦ୍ୟା ମନ୍ଦୀରର ସାକ୍ଷାତ ଈଶ୍ବର
କୋଟିଏ ପ୍ରଣାମ ଘେନ,,।।
ମୋ ତୃତୀୟ ଗୁରୁ ମୁଁ ଯାହାଙ୍କ ଠାରୁ
ଶିଖୁଅଛି ଯାହା କିଛି,
ହେଉ ବା ଜାଣତେ ଅବା ଅଜଣାତେ
ଦୂରୁ ପ୍ରଣାମ କରୁଛି,,।।
କି' ଦେବି ଦକ୍ଷିଣା ସବୁ ଲାଗେ ଊଣା
ସମର୍ପୁଛି ଖାଲି ହୃଦ,
ତୁମ୍ଭେ ମୁକ୍ତ ହସ୍ତେ ମୋର ନତମସ୍ତେ
ଢାଳିଦିଅ ଆଶୀର୍ବାଦ,,।।

Post a Comment

0Comments
Post a Comment (0)