କେତେଦିନ ଆଉ ସପନ ଦେଖିବି
ମିଛି ମିଛିକା ଏମିତି,
ଭାଗ୍ୟରେ ମୋହର ଲେଖା ହୋଇନାହିଁ
ରାଜମହଲ ସମ୍ପତ୍ତି,,।।
ରାସ୍ତା କଡ ଅଟେ ସବୁକିଛି ମୋର
ସିଏ ହିଁ ଛୋଟିଆ ଘର,
ଦଇବ ଦେଇଛି ଏମିତି ଜୀବନ
କେହିନାହିଁ ଆପଣାର,,।।
ଛୋଟ କୁଡ଼ିଆଟେ ଗଢିବା ପାଇଁକି
ପାଖରେ ମୋ କିଛିନାହିଁ,
ଖଣ୍ଡିଏ ଖଡ଼ିରେ ଗାର ଟାଣିଦେଇ
ଯାଇଛି ଟିକେ ମୁଁ ଶୋଇ,,।।
ମୋ ଆଶା ଭରସା ତଥାପି ଭାଙ୍ଗିନି
ରଖିଛି ମୋ ହୃଦୟରେ,
ହସୁଥାଏ ନିତି ସଭିଙ୍କ ଆଗରେ
ଥାଇ ମଧ୍ୟ ମୁଁ ଦୁଃଖରେ,,।।
ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ
ଦଇବ ଦେଇଛି ଏମିତି ଜୀବନ - ମିଥୁନ୍ ସାହୁ
September 15, 2018
0
