ତୁମ ପ୍ରତୀକ୍ଷାରେ - ଦେବବ୍ରତ ଜେନା

0
ଆତୁର ନୟନ ଖୋଜୁଛି ତୁମକୁ
ତୁମ ପଥେ ଅଛି ଚାହିଁ
ଅହୋ ରାତ୍ର ବସି ତୁମକୁ ଭାଳୁଛି
ଝୁରି ହୁଏ ତୁମ ପାଇଁ ।।

ତୁମରି ଫେରିବା ବାଟକୁ ଚାହିଁକି
ଆଖିରେ ହଜିଛି ନିଦ
ପ୍ରତି ମୁହୂର୍ତ୍ତରେ ତୁମରି ଝଲକେ
ଗଢୁଛି ମିଠା ସମ୍ବନ୍ଧ ।।

କେବେ ଯେ ଆସିବ ପୂରଣ କରିବ
ମୋ ହୃଦୟ ଶୂନ୍ୟତାରେ
ସେହି ସମୟକୁ ଅପେକ୍ଷା କରିଛି
ସନ୍ତାପିତ ହୃଦୟରେ ।।

Post a Comment

0Comments
Post a Comment (0)