ମାଆ, ମାତୃଭୂମି, ମାତୃଭାଷା ମୋ ଜୀବନର ପରିଚୟ
ଜନମ, କରମ, ଭାବର ବିନ୍ୟାସେ ଜୀବନ ଛନ୍ଦମୟ ।
ସୁନ୍ଦର ଏଇ ସୃଷ୍ଟି ଅଙ୍ଗନେ ନିମନ୍ତ୍ରିଲା ମାଆ ମୋର
ଜନମ ମାଟି ତା' ଅତୁଳ ବିଭବ ଖଞ୍ଜିଲା ପାଦତଳ ।
ସମାଜ ସାଜିଲା ଶିକ୍ଷକ ମୋର ଶିଖାଇଲା ନାନା କଥା
ମୁଖରେ ଭରିଲା ଭାବ ପ୍ରକାଶର ଭାଷାର କୋମଳ ଛଟା ।
ଆତ୍ମପ୍ରକାଶ, ଆତ୍ମବିକାଶ, ଆତ୍ମାରେ ଦେଲା ଶାନ୍ତି
ମାନବିକତାର ବିକାଶ ମନ୍ତ୍ର ମନରେ ଭରିଲା କାନ୍ତି ।
ମାଆ, ମାତୃଭୂମି, ମାତୃଭାଷାର ଋଣ କିଏ ସୁଝିପାରେ
ଦୁନିଆର ସବୁ ରତ୍ନ ଭଣ୍ଡାର ରହିଯାଏ ପାଦତଳେ ।
ଆସ ଆଜି ଆମେ କରିବା ଶପଥ ମର୍ଯ୍ୟାଦା ରଖିବାକୁ
ଏ ତିନି ଦେବୀଙ୍କ ଜୈତ୍ର ପତାକା ଉଚ୍ଚେ ଉଡାଇବାକୁ ।
ରମେଶ ଚନ୍ଦ୍ର ମିଶ୍ର,
ତାପସ କୁଟୀର,
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ-୧୨୭
ସମ୍ପର୍କ-୯୪୩୮୪୮୧୧୩୬
ମାଆ-ମାତୃଭୂମି-ମାତୃଭାଷା - ରମେଶ ଚନ୍ଦ୍ର ମିଶ୍ର
September 20, 2018
0
