ରାଗ—ନଟ ନାରାୟଣୀ
ତାଳ—ଯତି
କଞ୍ଜ ବଦନ ଚକାନୟନ
ଦେଖି ତୁମ ଚାରୁଚିତ୍ର ଆହ୍ଲାଦିତ ମନ , ହେ କଞ୍ଜ ବଦନ…।।
ବ୍ରହ୍ମ ସ୍ବରୂପ ରେ ଦାରୁ ଅଚଳ ମୂରତି
ସହସ୍ର ଭାନୁ ସମାନ ଉଛୁଳେ ସେ ଜ୍ବୋତି
ଯୋଡହସ୍ତେ ଅଗ୍ରେ ବିଜେ ବିନତା ନନ୍ଦନ , ହେ କଞ୍ଜ ବଦନ…।।
ସୁଧାଝରା ମଞ୍ଜୁହସ ତା ରଙ୍ଗ ଅଧରେ
ମହାବାହୁ ବାହୁ ଟେକି ଡାକେ ଭକତରେ
ଶରଣ ପଶିଲେ ପାପ କରନ୍ତି ମୋଚନ , ହେ କଞ୍ଜ ବଦନ…।।
ଷାଠିଏ ପଉଟି ଅର୍ଣ୍ଣ ସୁସ୍ବାଦୁ ବ୍ୟଞ୍ଜନ
ଲାଗିହୁଅଇ ଅବଢ଼ା ପୀୟୂଷ ସମାନ
ନରଜନ୍ମ ହୁଏ ଧନ୍ୟ କରିଲେ ସେବନ , ହେ କଞ୍ଜ ବଦନ…।।
ପୁରସ୍ତମେ ରତ୍ନବେଦୀ କରି ଅଳଂକୃତ
ବିଜୟ କରିଅଛନ୍ତି ସ୍ଵଂୟ ଜଗନ୍ନାଥ
କୃତାନ୍ତ କରଇ ଭୟ ଦେଲେ ସେ ଶରଣ , ହେ କଞ୍ଜ ବଦନ…।।
ଆରେ ବାଇମନ ବାରେ ଭଜ ତାରନାମ
ନିଶ୍ଚୟ ଲଭିବୁ ତୁହି ବୈକୁଣ୍ଠ ଭୂବନ
କହଇ ପ୍ରଫୁଲ୍ଲ ଥରେ ମାନ ରେ ବଚନ , ହେ କଞ୍ଜ ବଦନ…।।
ଲଭିବୁ ବୈକୁଣ୍ଠ ଭୁବନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
September 05, 2018
0
