ହୃଦୟର ଝର୍କା ଖୋଲି
ବୟସର ଋତୁ ଯେବେ ଆସେ
ସ୍ବପ୍ନ ସବୁ ଜୀଇଁ ଉଠେ ।
ତନ୍ମୟ ହୋଇ
ପାଷାଣର ବୁକୁ ଚିରି
ଗୀତଟିଏ ଝରି ଆସେ
କେଉଁ ଏକ ସ୍ବର୍ଣ୍ଣାଭ ରାତ୍ରିରେ ।
ସ୍ବପ୍ନଟିଏ ହୋଇ
ଲାଜଲାଜ ଓଠରେ
ସାଥୀ ଯେବେ ଆସେ
ପ୍ରିୟା ନିକଟକୁ
ପ୍ରିୟା କହେ...
ଆସ ଆମେ ମିଶିବା ପ୍ରେମରେ ।
ଫୁଟାଇବା ପ୍ରେମ ଫୁଲ
ଦୁନିଆ ସାରା
ଚହଲାଇ ଦେବା
ଫୁଲ ଫଗୁଣ ସୌରଭ ।
ବଂଶୀଧର ମାଝୀ,
ଫଟାମୁଣ୍ତା, ଘଣ୍ଟିପଡା, ବୌଦ୍ଧ, ଭ୍ରାମ୍ୟଭାଷ‐ ୯୧୭୮୮୦୩୩୮୮
ପ୍ରତ୍ୟୟ - ବଂଶୀଧର ମାଝୀ
September 24, 2018
0
