ଭାଗବତ ଓ ଭାଗବତ ଟୁଙ୍ଗି - ସସ୍ମିତା ସାହୁ

0
ମୋ ଗାଁ ମଝିରେ ଭାଗବତ ଟୁଙ୍ଗି
ସମସ୍ତେ ଆସନ୍ତି ସେଠି ,
ସନ୍ଧ୍ୟା ହେଉ ହେଉ ଭିଡ ଜମି ଯାଏ
ନେଇ ଖୋଳ ଘଣ୍ଟା ଘଣ୍ଟି II
ସନ୍ଧ୍ୟା ବତୀ ଜାଳି ସଭିଏଁ ଶୁଣନ୍ତି
ଭାଗବତ ଗୀତା ପାଠ,
ଭଜନ କୀର୍ତ୍ତନ ସାଙ୍ଗରେ ହୁଅଇ
ଶୁଣି ହୁଏ ମନ ତୃପ୍ତ II
ସେତ ନନା ତାକୁ ମୁଖରେ ବୁଝାନ୍ତି
ଦେଇ ନାନା ଉଦାହରଣ ,
ସର୍ବେ ଶୁଣି ଭାରି ପ୍ରସନ୍ନ ହୁଅନ୍ତି
ପାଇଁ ତାଙ୍କ ଠାରୁ ଜ୍ଞାନ II
ଆଜି ଆଉ ନାହିଁ ସେଇ ଗାଁ ମୋର
ନାହିଁ ଭାଗବତ ଟୁଙ୍ଗି ,
ଭାଗବତ ଗୀତା ସିନ୍ଧୁକ ଭିତରେ
ରହିଛି କପଡା ବାନ୍ଧି II
ଟୁଙ୍ଗି ଭଙ୍ଗା ହୋଇ କ୍ଲବ ହେଇଛି
ବସି ତାସ ଖେଳୁଛନ୍ତି,
ମୋବାଇଲି ଧରି ବସିଛନ୍ତି ଭେଣ୍ଡା
ଛୁଆ ଟିଭି ଦେଖୁଛନ୍ତି II
ଭଗବାନ ମୁଖେ ଗାଇଥିଲେ ବୋଲି
ନାଁ ତାର ଭାଗବତ,
ହିନ୍ଦୁ ଧର୍ମଗ୍ରନ୍ଥ ନାଁ ରେ ପରିଚିତ
ଦେଖାଏ ଜୀବନ ପଥ II
ଅଟେ ବଡ ଜ୍ଞାନ କୋଷ ସେ ମହାନ
ମହାଭାରତର ଅଂଶ ,
ବେଦବ୍ୟାସ ସ୍ରଷ୍ଟା ଲେଖିଲେ ସଂସ୍କୃତେ
ଶ୍ରୀକୃଷ୍ଣଙ୍କ ଉପଦେଶ II
ଅଠର ଖଣ୍ଡକୁ ଅଠରଟି ଯୋଗ
ରହିଛି ଯହିଁ ରେ ଭରି,
କର୍ମ ଧର୍ମ ତତ୍ୱ ରହିଛି ତହିଁରେ
ପଢିଲେ ହୋଇବା ପାରି II
ଭାଗବତ ଜନ୍ମ ପାଞ୍ଜିରେ ରହିଛି
ପାଳୁ ଆମେ କେତେଜଣ,
ଭାଗବତ ଯଦି ପଢି ଥାନ୍ତେ ଆମେ
କରନ୍ତେ କି ମନ୍ଦ କାମ II.

ସସ୍ମିତା ସାହୁ, ନାଶିକ

Post a Comment

0Comments
Post a Comment (0)