ଜ୍ଞାନ ର ଭଣ୍ଡାର ବୁଦ୍ଧି ରେ ଅସାର
ଆହେ ପ୍ରଭୁ ଗଜାନନ,
ଭକ୍ତି ଭାବ ନେଇ ଡାକେ ଯେ ତୁମ୍ଭକୁ
ଦୁଃଖ କୁ କର ଖଣ୍ଡନ।
ଈଶ୍ୱରଙ୍କ ଠାରୁ ବରଦାନ ପାଇ
ପୂଜା ପାଉଅଛ ଆଗେ,
ଅଜ୍ଞାନୀ ଲୋକ କୁ ଜ୍ଞାନ ଦିଅ ବୋଲି
ଆଶିଷ ତୁମ୍ଭଠୁ ମାଗେ।
ଦୁଇପଦ ଯେବେ କହିବା ଶିଖିଲି
ତୁମ୍ଭକୁ ପାଇଲି ଭଲ,
ଭବିଷ୍ୟତ ପଥେ ଆଲୋକ ଦେଖାଇ
ଚାଲିବାକୁ ଶିଖାଇଲ।
ତୁମ୍ଭ ଗୁଣ ସବୁ ବଖାଣିବା ପାଇଁ
ଜ୍ଞାନ ହୋଇନି ମୋହରି,
କେତେବେଳେ ଦୁଇ ପଦ ଲେଖିଦିଏ
ତୁମ୍ଭରି ନାମ ସୁମରି।
ଜୟ ଶ୍ରୀ ଗଣେଷ ।
◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)
ଜ୍ଞାନ ହୋଇନି ମୋହରି - କେ. ନିର୍ମଳ
September 13, 2018
0
