କଉଠୁ ଆରମ୍ଭ ମୋ ଜୀବନ ପଥ
କଉଠି ତାହାର ଅନ୍ତ,
ନଥାଇ କି' ଜଣା ଚାଲେ ଅହରହ
ନିର୍ଦ୍ବନ୍ଦ୍ବରେ ଅବିଶ୍ରାନ୍ତ।
କେତେ ଦିନୁ ମୁହିଁ ଚାଲୁଅଛି କାହିଁ
ତାହା ପାରିବିନି କହି,
କେତେ ଅଛି ଆଉ ଚାଲିବାକୁ ବାକି
ହିସାବ ମୋ ପାଖେ ନାହିଁ।
କେତେ ଅଙ୍କାବଙ୍କା କେତେ ଖାଳ ଢି଼ପ
କେତେ ପୁଣି କଣ୍ଟା ଝଣ୍ଟା,
ସୁଖର ଦୁଖର ଦୋଛକି ମୋଡ଼ରେ
ଲୁହ ଲହୁ ଭାଗବଣ୍ଟା।
ଜୀବନ ନଈର ସେ ନାଉରୀ ଏକା
ନାଆ ବାହେ ଥିରି ଥିରି,
ଦେଖିନି ତାହାକୁ ଜାଣିନି ତାହାକୁ
ତଥାପି ଅଛି ଆଶରି।
ଯଦ୍ୟପି ମୁଁ ନପାଇବି ଭେଟ ତାର
ଚାଲିବା ରଖିବି ଜାରି,
ଚାଲୁଛି କି ଆଶେ ପଚାରିବି ତାକୁ
ଶ୍ରୀପାଦ କମଳ ଧରି।
କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୫୯୪
