ବୀରପୁତ୍ର - ମିଥୁନ ସାହୁ

0
ଭାରତ ବାସୀ ଯେ ଗର୍ବ କରୁଛନ୍ତି
ତୋ ପରି ସୈନିକ ପାଇ,
ଦେଶପାଇଁ ତୁ ଯେ ଲଢେ଼ଇ କରୁଛୁ
ଦୃଢ଼ ଶପଥକୁ ନେଇ,,।।
ମନରେ ତୋହର ସାହାସକୁ ରଖି
ଭାରତର ଟେକ ଧରି,
ଧର୍ଯ୍ୟର ସହିତ ଆଗେଇ ଚାଲିଛୁ
ନିଜକୁ ତୁ ତ୍ୟାଗକରି,,।।
ଶତ୍ରୁର ଭୟରେ କେବେବି ତୁ ଥରେ
ପଛକୁ ଯେ ଫେରିନାହୁଁ,
ସବୁବେଳେ ତୁ ଯେ ଭାରତ ମାତାର
ଜୟ ଗାନ କରିଥାଉ,,।।
ସ୍ୱଚ୍ଛ ମନ ତୋର ନାହିଁ ଡର ଭୟ
ହୃଦୟ ଅଟେ ପବିତ୍ର,
ଦେଶବାସୀ ଆଜି କହୁଛନ୍ତି ସତେ
ତୁହିଁ ଏକା ବୀରପୁତ୍ର,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)