ସ୍ଵୀକାରୋକ୍ତି - ରାଜେଶ ପୂଜାରୀ

0
ତପସ୍ୟା...!
ଯେବେ ଶ୍ରାବଣ ଫଗୁଣ
ଭୁଲି ସବୁ ଉପୁରି ଗୁମାନ
କରୁଥିଲେ ହଳଦୀ କୀର୍ତ୍ତନ
ସେଇ ମଧୁର ଲଗ୍ନରେ
ଆମ ଚୈାନେତ୍ର ମିଳନ
ହୃଦୟରେ ଗଲା ଗଡ଼ି
ସତେ ଅବା ରେଳ ଗାଡ଼ି
ସ୍ପଂଦନ ଗଲା ବଢ଼ି ବଢ଼ି।

ଯଦିଓ ତୁମେ ଏସବୁରୁ
ବେଖବର
ତଥାପି ମୋ ଭିତରେ
ଅନଟକ ଭ୍ରମୁଛ
ଆଉ ମୁଁ ଧିରେ ଧିରେ
ସମର୍ପି ହେଉଛି ତୁମ ପାଖରେ।

ନା'ପାରେ କହି
ନା'ହୁଏ ସହି
ଲିଭି ଲିଭି ଯାଏ ସ୍ବପ୍ନ କୁଞ୍ଜବନ
ଯମୁନାର ପଠା ବାଲୁକା ଶେଯ
କଦମ୍ବର ମୂଳେ
ସେ ରାସ ମୋହାଛନ୍ନ
ପାଉଁଜିର ଛମ୍ ଛମ୍ ସାଥେ
ମୁରଲୀର ସ୍ବନ।

କେବଳ ଗୋଟିଏ ଡର
ମତେ ଖାଇ ଖାଇ ଯାଏ
ନୂଆଁ ସ୍ବପ୍ନର ଅଙ୍କନେ
ମନ ପଛଘୁଞ୍ଚା ଦିଏ
ଲାଗେ ବୋଧେ..
ଆମେ ପାରିବାନି ମେଳି
ଏ ସମ୍ପର୍କର ଡ଼ାଳ
ଅଝଟ ପାରାଙ୍କୁ
ଖୁଏଇ ପାରିବାନି
ପ୍ରେମର ଚାଉଳ
କାରଣ ମୁଁ,ଭୂମିରେ ଲୋଟୁଥିବା
ଏକ ଅସହାୟ ପାରା
ତୁମେ ଦୂର ଆକାଶର ଦିପ୍ତିମୟୀ ତାରା।




କୁଶମେଲ, ଝାରସୁଗୁଡ଼ା

Post a Comment

0Comments
Post a Comment (0)