ଭିଜା ଶ୍ରାବଣୀ - ମାନସ ରଞ୍ଜନ ପଟ୍ଟନାୟକ

0
ମାଟିର ମଣିଷ ଖୋଜେ ମାଟିର କବିତା।
ରିମ୍‌ଝିମ୍‌ ଶ୍ରାବଣରେ ପ୍ରିୟା ବାଣ୍ଟେ ବାର୍ତ୍ତା।।
ଭିଜିବ ସେ ବରଷାରେ ଭିଜିବ ବଦନ।
ମତୁଆଲା ହେଉଅଛି ମୋର ମନପ୍ରାଣ।।
ବରଷାରେ କେଶରାଶି ଦିଶଇ ସାବନା।
କାହାକୁ ଖୋଜୁଛ କୁହ ମନର ମଇନା।।
ଗଣ୍ଡଦେଶ ଓଦାହୁଏ ନାଭି କଥା କହେ।
ଝରକା ଫାଙ୍କରେ ତାକୁ ବାରବାର ଚାହେଁ।।
ହେ ଶ୍ରାବଣ ବନ୍ଦକର ତୁମର ପ୍ରକୋପ।
ଗୋରା ବଦନଟା ତାର କରଇ ବିଳାପ।।
ତୁମ ସ୍ପର୍ଶ୍ବେ ଆଲିଙ୍ଗନେ ହୁଏ ଜୁଡୁବୁଡୁ।
ନିତମ୍ବ ଚିବୁକରେ ନଜର ନପଡୁ।।
ଶ୍ରାବଣର ପରସରେ ଭିଜଇ ଶ୍ରାବଣୀ।
ମଝିଅଗଣାରେ ତାର ଅପୂର୍ବ ଚାହାଣି।।
କେମିତିକା ରୂପ କୁହ କେମିତି ବାସନା।
ମେଘର ମହ୍ଲାର ସିଏ ରାତିର ଜୋଛନା।।
ଭିଜା ଶ୍ରାବଣୀକୁ ମୁହିଁ ଝୁରିହେବି କେତେ।
ଅଦିନ ମେଘଟା ଆସି ତିନ୍ତଉଛି ମତେ।।

(ଏହି କବିତାଟି ସମୟ ଖବରକାଗଜ ଓ ଗୋଧୂଳି ପତ୍ରିକାରେ ପୂର୍ବ ପ୍ରକାଶିତ)


ମାନସ ରଞ୍ଜନ ପଟ୍ଟନାୟକ
ସମ୍ପାଦକ-ମାଟିର ମହକ

Post a Comment

0Comments
Post a Comment (0)