ନିର୍ବାଣ ଦାତା ହେ ତୁମେ ମୋର ପ୍ରାଣ ପତି
ନୀଳସାଗର କୂଳିଆ ମୋର କଳାହାତୀ ।
ନିଶାଖା ଜନ ମୁଁ ତୁମେ ସୁଖ ନୀରନିଧି
ନୀରନ୍ତର ପଦ୍ମପଦେ ଢାଳୁଛି ପ୍ରଣତି
ନିର୍ବାଣ ଦାତା ହେ…।।
ନୀଳକାନ୍ତ ମଣି ଜିଣି ସୁଶୋଭିତ କାନ୍ତି
ନୀଳଜଳ ବିମ୍ବ ବତ ଅନିତ୍ୟ ମୁଁ ଏଠି ।
ନିତି ତେଣୁ ଜପେ ତୁମ ନାମ କୁ ଶ୍ରୀପତି
ନିଷ୍ଠୁର ନହୁଅ ଆଉ ଘେନ ମୋ ବିନତି
ନିର୍ବାଣ ଦାତା ହେ…।।
ନିନ୍ଦେ ନିଶାକର କର ତହୁଁ ବଳି ଜ୍ବୋତି
ନିଖିଳ ବିଶ୍ବ କରତା ଆହେ ବିଶ୍ବପତି ।
ନିରଞ୍ଜନ ନିରାକାର ଭକ୍ତ କୋଟି ନିଧି
ନିବାରଣ କର ଦୁଃଖ ଯାଉ ହେ ବିପତ୍ତି
ନିର୍ବାଣ ଦାତା ହେ…।।
ନିଶ୍ବଜନ ଏ ପ୍ରଫୁଲ୍ଲ ଡାକେ କରି ଭକ୍ତି
ନିରାଧାର ପ୍ରାଣ ମୋର ତୁମକୁ ଡାକୁଛି ।
ନିରୀକ୍ଷଣ କର ଥରେ କରୁଛି ମିନତୀ
ନିରେଖି ରଖ ନହେଉ କଳା ତବ କ୍ଷାତି
ନିର୍ବାଣ ଦାତା ହେ…।।
(ନିଶାଖା—ଅସହାୟ , ନୀରନିଧି—ସମୁଦ୍ର
ନିରାଧାର—ନିରାଶ୍ରୟ)
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
କଳଙ୍କିତ ନହେଉ ତବ ଖ୍ୟାତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
August 11, 2018
0
