ପ୍ରେମରେ ପଡିଲା ପରେ
ମୁଁ ହଜିଗଲି ମୋ ନିଜ ଭିତରେ
ହଜିଲା ମନକୁ ଖୋଜି ମୁ ଜାଣିଲି
ମନ ରହିଗଲା ତୁମରି ଠାରେ ।
ପ୍ରେମରେ ପଡିଲା ପରେ
ମନ ଲାଗିଲାନି କେଉଁ କାମରେ
ଅବୁଝା ମନକୁ ବୁଝେଇ ଦେଖିଲି
ତୁମକୁ ଝୁରୁଛି ପ୍ରତି ମୁହୂର୍ତ୍ତରେ ।
ପ୍ରେମରେ ପଡିଲା ପରେ
ଆସିଲ ମୋ ଭାବନାରେ
କାଗଜ କଲମ ଧରି ମୁଁ ବସିଲେ
ପ୍ରେମର କବିତା ଝରେ ।
ପ୍ରେମରେ ପଡିଲା ପରେ
ଆସିଲ ମୋ ସପନରେ
ତୁମରି ସପନ ଦେଖିବା ପାଇଁକି
ଆଖି ବୁଜେ ବିନା ନିଦରେ ।
ପ୍ରେମରେ ପଡିଲା ପରେ
ରହିଲି ମୁ ଯେତେ ଦୁରେ
କେଜାଣି କାହିଁକି ମନଟା ମୋହର
ତୁମକୁ ଖାଲି ହିଁ ଝୁରେ ।
ସୁନ୍ଦରପୁର, ପ୍ରୀତିପୁର, ଯାଜପୁର
ପ୍ରେମରେ ପଡିଲା ପରେ - ପ୍ରଶାନ୍ତ କୁମାର ନାଥ
August 15, 2018
0
