ସମ୍ବଲପୁରୀ କବିତା - ତୁମେ ମୋର ଏନ୍ତା ଗୁଟେ ଭୁଲ୍ - ରାଜେଶ ପୂଜାରୀ

0
ଜାନି ଜାନି କାଦୋ ମାଡ଼ଲା ବାଗିର
ତୁମେ ମୋର ଏନ୍ତା ଗୁଟେ ଭୁଲ୍
ଯାହାକେ ନି'ସକେଁ ସୁଧାରି
ଯେତେ ଯାହା କରି।

ମୋର ଅଜାନତେ
ମହା ବିଭୋ ଭିଏଇ
ଅଟକୁଟ କରି ବିଟୋବାଟୋ
ଫୁଲ ଭମର'ର ଛାଡ଼ପତର ଲେଖେନ
ସଁକରେଇ ଦେଲ ବାଟ
ମତେ କେତନି ପ୍ରେମ କରୁଥିବାର
ଜୀବନ ମାନକର ନୁ
ତାକର ନୂଆଁଟି ସପନ ମାନକର ନୁ।

ରଚ୍ ରାଚ୍ କରି ଗଲା ଭାଂଗି
ସେ ପରତେର ଦମଦମା
ଆଘୋ ଯେନେ ଖାଲି
ଥିଲା ଡ଼ଟ୍ ..ଡ଼ଟ୍..
ଏଭେ ପାଦକେ ପାଦକେ ଅବଗା କମା।

ବିନ୍ ଥାଇ ଥିବାର ଉସନାକ
ତୁମର ଲାଗି ଏକା
ହେଲେ ସବୁ ମହୁ ମୁହାନ
ଜୁନହାଁ ବସ୍ତିର କାଁଥି ବାଗିର
ଅହେଜା ଝଡ଼ ଝଂଜାନେ
ହେଇଗଲା ଲହୁ ଲୁହାନ।
ବଡ଼ଭାରି ସଜା ମୋର
ଚାହେ ଅନଚାହେ
ତମର ସାଂଗେ ହସି କାନ୍ଦି ଲାଗବା
ଛୁଛେ ଡିଡି ହେଇ ହାତ ମେଲି
ପୁଷଲା ମିଟୁଟେ ହେଇ
ବିନ୍ ଲାଭେ ଚାନ୍ଦ ତାରା ଟୁଲି ଲାଗବା।

ପରାଚିତ'ର ନାଇଁ ଦେଖା ଦରଶନ
ପସ୍ତାନର ସୁଲସୁଲି ଜୁରେଁ
କାର୍ତ୍ତିକ ବୁଡ଼େ ଜୀବନ।


କୁଶମେଲ, ଝାରସୁଗୁଡ଼ା

Post a Comment

0Comments
Post a Comment (0)