ବର୍ଷା ଆଉ ତୁମେ - ପ୍ରଶାନ୍ତ କୁମାର ନାଥ

0
ବରଷା ବାର୍ଷିଲା ମେଘ ଆକାଶରେ
ମନ ଆକାଶରେ ତୁମେ
ଦେହ ଭିଜିଗଲା ଶ୍ରାବଣ ମେଘରେ
ମନ ଭିଜିଗଲା ପ୍ରେମେ ।
ମେଘ ଆକାଶଟା ସୁନ୍ଦର ଦିଶିଲା
ଇନ୍ଦ୍ରଧନୁ ସାତ ରଙ୍ଗେ
ମନଟା ସୁନ୍ଦର, ଲାଗିଗଲା ଯେବେ
ପ୍ରୀତି ସ୍ପର୍ଶ ସାରା ଅଙ୍ଗେ ।
ବରଷା ଆଣିଲା ମେଘର ମହଲର
ଶୀତଳ ସଲ୍ଲୀଲ ବାସ
ପ୍ରେମ ଭରିଦେଲା ଉଦାସ ଓଠରେ
ମଖମଲି ମଧୁ ହସ ।
ଗଛଲତା ସବୁ ହୋଇଲେ ବିଭୋର
ବରଷାର ଛୁଆଁ ପାଇଁ
ତୁମ ପ୍ରୀତି ଛୁଆଁ ଲାଗିଗଲା ଯେବେ
ମନ ଗଲା ଓଦା ହୋଇ
ଭରା ଭରା ଦିଶେ ନଈ ନାଳ ସବୁ
ବରଷା ଆସିଲା ପରେ
ମନ ଭରିଗଲା ରହିଗଲେ ଯେବେ
ତୁମେ ମୋର ହୃଦୟରେ


ସୁନ୍ଦରପୁର, ପ୍ରୀତିପୁର, ଯାଜପୁର

Post a Comment

0Comments
Post a Comment (0)